33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଆମେରିକାରେ ‘ମିଲ୍‌ଟନ’ର ତାଣ୍ଡବ, ଛାରଖାର୍ ହେଲା ଫ୍ଲୋରିଡା, ୧୦ ମୃତ

ଆମେରିକାରେ ‘ମିଲ୍‌ଟନ’ର ତାଣ୍ଡବ, ଛାରଖାର୍ ହେଲା ଫ୍ଲୋରିଡା, ୧୦ ମୃତ

ୱାଶିଂଟନ୍‌: ଆମେରିକାରେ ଘୂର୍ଣ୍ଣିବାତ୍ୟା ‘ମିଲ୍‌ଟନ’ ଭୟଙ୍କର ତାଣ୍ଡବ ରଚିଛି । ଫ୍ଲୋରିଡାରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ପାଖାପାଖି ୨୦ ଲକ୍ଷ ଲୋକ ନିଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪,୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ମିଲ୍‌ଟନ ଫ୍ଲୋରିଡାର ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା ।

ମିଲ୍‌ଟନର ପ୍ରକୋପ ଏତେ ଥିଲା ଯେ ଫ୍ଲୋରିଡାରେ ଅନେକ ବଡ଼ ବଡ଼ ଘର ତାସ୍ ଘର ପରି ଭାଙ୍ଗିଯାଇଥିଲା । ବାତ୍ୟା ପରେ କ୍ଷୟକ୍ଷତିର ଅନେକ ଚିତ୍ର ଏବେ ସାମ୍ନାକୁ ଆସିଛି । ପ୍ରଳୟଙ୍କରୀ ବାତ୍ୟାରେ କେଉଁଠି ଘରର ଛାତ ଉଡ଼ିଯାଇଛି ତ କେଉଁଠି ଘର ଭିତରେ ଜିନିଷପତ୍ରଗୁଡ଼ିକ ଛିନ୍ ଛତର ହୋଇ ପଡ଼ିଛି । ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଫ୍ଲୋରିଡାର ଅନେକ ଅଞ୍ଚଳରେ କୁମ୍ଭୀର ଓ ସାପ ମଧ୍ୟ ଦେଖାଯାଉଛନ୍ତି । ଏହାରି ମଧ୍ୟରେ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ବନ୍ୟା ଅଞ୍ଚଳରୁ ଦୂରେଇ ରହିବାକୁ ଅପିଲ କରିଛି । ସରକାର ଲୋକଙ୍କୁ ନିଜକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ।

ଆମେରିକା ପ୍ରଶାସନର କହିବା ହେଲା, ବାତ୍ୟାରେ ଛିଣ୍ଡି ଯାଇଥିବା ବିଦ୍ୟୁତ୍ ତାର ଏବଂ ଭଗ୍ନାବଶେଷରୁ ଏବେ ବି ବିପଦ ଆଶଙ୍କା ରହିଛି । ଗୋଟିଏ ବର୍ଷ ମଧ୍ୟରେ ତିନି ତିନୋଟି ବାତ୍ୟା ଫ୍ଲୋରିଡାରେ ଧ୍ୱଂସର ତାଣ୍ଡବ ରଚିସାରିଲାଣି । ଆମେରିକା ଇତିହାସରେ ଏହା ଷଷ୍ଠ ଥର ପାଇଁ ଘଟିଛି । ପୂର୍ବରୁ ମିଲ୍‌ଟନକୁ ବାତ୍ୟାର ସବୁଠାରୁ ବିନାଶକାରୀ ବର୍ଗ ‘୫’ରେ ରଖାଯାଇଥିଲା । କିନ୍ତୁ ପରେ ଏହାକୁ କମାଇ ‘୩’ କରାଯାଇଥିଲା । ୫ ବର୍ଗରେ ସବୁଠାରୁ ଅଧିକ ଧନଜୀବନ ହାନି ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking