18.1 C
Bhubaneswar
Friday, February 13, 2026
Homeଓଡିଶାଶିକ୍ଷାର ବିକାଶ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗ ମରାଯାଉଥିଲା : ମୁଖ୍ୟମନ୍ତ୍ରୀ

ଶିକ୍ଷାର ବିକାଶ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗ ମରାଯାଉଥିଲା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସ୍କୁଲ କାନ୍ଥରେ ରଙ୍ଗ ବୋଳି ଦେଲେ  ବିକାଶ ହୁଏନି ବୋଲି କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରର ୫-ଟି ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ।  ପୂର୍ବ ସରକାରରେ ଶିକ୍ଷାର ବିକାଶ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗ ମରାଯାଉଥିଲା। ଶିକ୍ଷାର ଭିତ୍ତିଭୂମି ବିକାଶ କରିବା ବଦଳରେ ସ୍କୁଲ କାନ୍ଥକୁ ରଙ୍ଗୀନ କରାଯାଉଥିଲା। ସ୍କୁଲ କାନ୍ଥରେ ରଙ୍ଗ ମାରିଲେ ଶିକ୍ଷାର ବିକାଶ ହୁଏ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ଆଜି ଲୋକସେବା ଭବନର କନଭେନସନ ହଲ୍‌ରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରି କହିଛନ୍ତି ଯେ, ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରନ୍ତୁ ଜିଲ୍ଲାପାଳ। ଜିଲ୍ଲାର ବିଭିନ୍ନ କାର୍ୟ୍ୟାଳୟ ପରିଦର୍ଶନ କରନ୍ତୁ, ଯଦି କିଛି ଅନିୟମିତତା ହେଉଛି ଦେଖୁଛନ୍ତି, ତାହା ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ। ଏଥିସହ ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ଜିଲ୍ଲାପାଳ ତଦନ୍ତ କରନ୍ତୁ। ଗଣମାଧ୍ୟମ, ସୋଶାଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରନ୍ତୁ।ଏହି ଅବସରରେ ଜିଲ୍ଲାପାଳମାନେ ଜିଲ୍ଲା ସ୍ତରରେ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳ ମାନଙ୍କୁ ବୁଝିଥାନ୍ତି। ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ବୁଝାଯାଇଥାଏ। ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୋଇଥାଏ।ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ୱ ରହିଛି। ସରକାରୀ ଯୋଜନା କାର୍ୟ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ। ‘ଉନ୍ନତିମୂଳକ କାର୍ୟ୍ୟରେ ବିଳମ୍ବ ହେଲେ ଦୁର୍ନୀତି ହୁଏ, ସେଥିପ୍ରତି ନଜର ରଖିବା ଆବଶ୍ୟକ। ଜିଲ୍ଲାପାଳ ତ୍ରୟମାସିକ ସମୀକ୍ଷା କରି ଉନ୍ନତିମୂଳକ କାର୍ୟ୍ୟର ତଦାରଖ କରନ୍ତୁ। ଜିଲ୍ଲାପାଳମାନେ ଥାନା ଓ ଶିକ୍ଷାନୁଷ୍ଠାନ ପରିଦର୍ଶନରେ ଯାଆନ୍ତୁ। ଯଦି କୌଣସି ବିଚ୍ୟୁତି ଦେଖୁଛନ୍ତି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking