27.1 C
Bhubaneswar
Monday, February 2, 2026
Homeଓଡିଶାତାଳଚେରରେ  ୬ ମାସ ପାଇଁ ‘ଏସମା’ ଲାଗୁ

ତାଳଚେରରେ  ୬ ମାସ ପାଇଁ ‘ଏସମା’ ଲାଗୁ

ଅନୁଗୁଳ : ତାଳଚେର ଖଣି  ଅଞ୍ଚଳରେ ଚାଲିଥିବା  ଆନ୍ଦୋଳନ ରୋକିବା ପାଇଁ  ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।  ଆସନ୍ତା ୬ ମାସ ପାଇଁ ଏହା ବଳବତ୍ତର ରହିବ । ଆଜି ସରକାରଙ୍କ ପକ୍ଷରୁ  ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।   ଏମ୍‌ସିଏଲ୍ ଦ୍ବାରା ଚାଲିଥିବା କୋଇଲା ଖନନ ଓ ପରିବହନ ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସେବା ଆଇନ୍ (ଏସ୍‌ମା) ଲାଗୁ କରାଯାଇଛି। ବିଜ୍ଞପ୍ତି ଅନୁସାରେ, କର୍ମଚାରୀ ଓ ବିଭିନ୍ନ ସଂଗଠନର ଆନ୍ଦୋଳନ ପାଇଁ କୋଇଲା ଉତ୍ତୋଳନ ଏବଂ ପରିବହନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଥର୍ମାଲ ପାୱାର ପ୍ଲାଣ୍ଟଗୁଡ଼ିକୁ କୋଇଲା ପହଞ୍ଚିପାରୁନି। ଏଥିପାଇଁ ଏନ୍‌ଟିପିସିର ପାୱାର ପ୍ଲାଣ୍ଟ ସହ ଅନ୍ୟ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏଣୁ ଖଣି ଅଞ୍ଚଳରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ଅତ୍ୟାବଶ୍ୟକ ସେବା ଆଇନ୍ ଲାଗୁ କରିଛନ୍ତି। ତାଳଚେରର ସମସ୍ତ କୋଇଲା ଖଣି ଅଞ୍ଚଳରେ ଏହା ଲାଗୁ ହୋଇଛି। ଏସ୍‌ମା ଲାଗୁ ହେବା ପରେ ଆଉ କର୍ମଚାରୀ କିମ୍ବା ଶ୍ରମିକ ଧର୍ମଘଟ କରିପାରିବେନି। କୋଇଲା ଉତ୍ତୋଳନ ଓ ପରିବହନରେ ମଧ୍ୟ କେହି ବାଧା ଦେଇ ପାରିବେ ନାହିଁ। ଏହି ଆଇନ୍ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୁଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking