26.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶସତ୍‌ସଙ୍ଗରେ ଦଳାଚକଟା:ମୃତ୍ୟୁ ସଂଖ୍ୟା ୧୦୦ ଟପିଲା

ସତ୍‌ସଙ୍ଗରେ ଦଳାଚକଟା:ମୃତ୍ୟୁ ସଂଖ୍ୟା ୧୦୦ ଟପିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି । ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା । ଏହି ଦୁର୍ଘଟଣାରେ 116 ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ନିଶ୍ଚିତ କରିଛନ୍ତି ।

ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ସେହିପରି ଆହତ ସଂଖ୍ୟା ମଧ୍ୟ ସରକାରୀ ରିପୋର୍ଟଠାରୁ ଅଧିକ ହୋଇଥିବା କୁହାଯାଉଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ଡିଏମ ଆଶିଷ କୁମାର କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକ ମହିଳା ଅଛନ୍ତି ବୋଲି କୁହାଯାଉଛି । ଅନେକ ଲୋକ ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking