14.1 C
Bhubaneswar
Thursday, January 15, 2026
Homeଓଡିଶାସାମ୍ବାଦିକତାର ମାର୍ଗଦର୍ଶକ ପ୍ରଦୀପ ମହାପାତ୍ରଙ୍କ ସ୍ମୃତିରେ

ସାମ୍ବାଦିକତାର ମାର୍ଗଦର୍ଶକ ପ୍ରଦୀପ ମହାପାତ୍ରଙ୍କ ସ୍ମୃତିରେ

୨୨ ଜୁଲାଇ ୨୦୨୫ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ
ରବି ରଥ
ପ୍ରଦୀପ ବାବୁଙ୍କ ବିୟୋଗରେ କେବଳ ଗଞ୍ଜାମ ଜିଲ୍ଲା ନୁହଁ ସମଗ୍ର ଓଡ଼ିଶା ସାମ୍ବାଦିକ ଜଗତ ସ୍ତବ୍ଧ ହୋଇଯାଇଥିଲା। ଯଦିଓ ତାଙ୍କ ବିୟୋଗର ପ୍ରାୟ ଏକ ବର୍ଷ ହେବାକୁ ଯାଉଛି, ସାମ୍ବାଦିକତା ଏବଂ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ଓଡ଼ିଅ। ସାହିତ୍ୟ ବିଶେଷ ଭାବେ ଗଞ୍ଜାମ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅବର୍ଣ୍ଣନୀୟ ।

ମୋର ସାମ୍ବାଦିକତା ଜୀବନ ସତୁରୀ ଦଶକରୁ ଅ।ରମ୍ଭ ହେବା ଠାରୁ ପ୍ରଦୀପ ବାବୁଙ୍କୁ ଜାଣେ ଜଣେ ସକ୍ରିୟ ସାମ୍ବାଦିକ ରୂପେ । ସେ ସର୍ବଦା ଲେଖାଲେଖି କରୁଥିଲେ ବିଭିନ୍ନ ପତ୍ରପତ୍ରିକାରେ । ତାଙ୍କର ଲେଖା ବହୁତ ସରଳ ଏବଂ ସାଧାରଣ ଜନତା ବୁଝିବା ଭଳି ସେ ଲେଖନ୍ତି। ଭାଷାର ପ୍ରୟୋଗ ଅତ୍ୟନ୍ତ ସରଳ ଏବଂ ନିଖୁଣ । ତାଙ୍କର ଲେଖାରେ ରହିଥିଲା ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ପ୍ରତି ତାଙ୍କର ଭଲ ପାଇବା। ଗଞ୍ଜାମ ଏବଂ ବ୍ରହ୍ମପୁରର ଇତିହାସ ଠାରୁ ଅ।ରମ୍ଭ କରି ସାମ୍ପ୍ରତିକ ପରିସ୍ଥିତିକୁ ଅତି ସରଳ ଭାବେ ବର୍ଣ୍ଣନା କରୁଥିଲେ ପ୍ରଦୀପ ବାବୁ।

ଅଶୀ ଦଶକରୁ ଲେଖି ଅ।ସୁଥିବା ପ୍ରଦୀପ ବାବୁ ବିଭିନ୍ନ ପତ୍ରପତ୍ରିକାରେ ଲେଖିବା ପରେ ନିଜ ପ୍ରଚେଷ୍ଟାରେ “ଜନନୀ’ ନାମକ ଗୋଟିଏ ମାସିକ ପତ୍ରିକା ବା ମ୍ୟାଗାଜିନ୍‌? ଅ।ରମ୍ଭ କରିଥିଲେ। ଏହି ପତ୍ରିକାଟି ରଙ୍ଗୀନ ପ୍ରଚ୍ଛଦ ସହ ବିଭିନ୍ନ ପ୍ରବନ୍ଧ, ଗଳ୍ପ, ଅ।ଲୋଚନା, ପଦ୍ୟ ତଥା ଚିତ୍ରପଟ ନେଇ ପ୍ରକାଶିତ ହେଲା। ଏହି ପତ୍ରିକାର ପ୍ରମୁଖ ଲେଖାଗୁଡ଼ିକ ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁର ସହର ଉପରେ ପର୍ଯ୍ୟବେସିତ ଥିଲା । ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଲେଖା ଏବଂ ସମ୍ପାଦକୀୟ ପ୍ରକାଶ ପାଉଥିଲା। ସହରର ଅ।ଇନ ଶୃଙ୍ଖଳା ବ୍ୟବସ୍ଥା, ଡ୍ରେନେଜ ସମସ୍ୟା, ଟ୍ରାଫିକ ସମସ୍ୟା, ବିଭିନ୍ନ ଦେବଦେବୀ ମନ୍ଦିର ଏବଂ ଏହାର ରକ୍ଷଣାବେକ୍ଷଣ, ଠାକୁରାଣୀ ଯାତ୍ରା ତଥା ସହର ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଅ।ଲୋଚନା ହେଉଥିଲା । ଏହି ପତ୍ରିକା ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବହୁଳ ଭାବେ ଅ।ଦୃତ ହେଲା । କିନ୍ତୁ ପ୍ରଦୀପ ବାବୁ ସେହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ଅଧ୍ୟାପକ ରୂପେ ଜଏନ୍‌? କଲେ। ଯାହାଫଳରେ ସେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ଭବିଷ୍ୟତ ଗଠନରେ ମଗ୍ନ ରହିଲେ। ଯଦ୍ୱାରା “ଜନନୀ’କୁ ଅ।ଗକୁ ଚଳାଇବା କଠିନ ହୋଇପଡ଼ିଲା । ଅଧ୍ୟାପନା ସମୟରେ ଛାତ୍ରଛାତ୍ରୀମାନଙ୍କୁ ସାମ୍ବାଦିକତାର ବିଭିନ୍ନ ବିଷୟ ଯଥା ସମ୍ବାଦ ସଂଗ୍ରହ, ସାମ୍ବାଦିକତା, ସମ୍ପାଦକୀୟ, ସମ୍ବାଦ ପରିବେଷଣ, ଜନ ସଞ୍ଚାର, ଜନ ସମ୍ପର୍କ ଇତ୍ୟାଦି ଉପରେ ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରଦାନ କଲେ ଏବଂ ତାଙ୍କ ପ୍ରଶିକ୍ଷଣ ଦ୍ୱାରା ବହୁ ଛାତ୍ରଛାତ୍ରୀ ସାମ୍ବାଦିକତା କ୍ଷେତ୍ରରେ ନିଜର କ୍ୟାରିୟର ବନାଇଲେ ଏବଂ ସଫଳ ମଧ୍ୟ ହେଲେ । ଶିକ୍ଷାଦାନ ସହ ସେ ଲେଖାଲେଖି ମଧ୍ୟ କରୁଥିଲେ । ସେ ପତ୍ରପତ୍ରିକାରେ ଲେଖିବା କେବେ ବି ବନ୍ଦ କରି ନଥିଲେ । ଏଥିସହ ସେ ବିଭିନ୍ନ ସାମାଜିକ ସଂସ୍ଥା ସହ ଜଡ଼ିତ ରହି ସେହି ସଂସ୍ଥାର ଜନ ସଞ୍ଚାର ଏବଂ ଜନ ସମ୍ପର୍କ କ୍ଷେତ୍ରକୁ ସୁଦୃଢ଼ କରିପାରିଲେ । ସେ ନିଜ ପ୍ରଚେଷ୍ଟାରେ “ଗ୍ରାମ ବିକାଶ’, “ପ୍ରେସ୍‌?’ ଇତ୍ୟାଦି ସାମାଜିକ ସଂସ୍ଥାର ଗୃହ ପତ୍ରିକା ବା ହାଉସ ଜର୍ଣ୍ଣାଲ ପ୍ରସ୍ତୁତ କରୁଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରମୁଖ ପତ୍ରିକା “ଅନୁପମ ଭାରତ’ ସହ ଜଡ଼ିତ ରହିଲେ ଏବଂ “ବ୍ରହ୍ମପୁର ଡ଼ାଇରୀ’ ନାମରେ ଏକ ବିଶେଷ ସ୍ତମ୍ଭ ରଚନା କରୁଥିଲେ । ଏଥିସହ ବ୍ରହ୍ମ୍ଠପୁରର ଅନ୍ୟତମ ପୁରାତନ ପତ୍ରିକା ସାପ୍ତ୍ଚାହିକ “ନବୀନ’ ସହ ମଧ୍ୟ ପ୍ରଦୀପ ବାବୁ ଜଡ଼ିତ ଥିଲେ ଏବଂ ପ୍ରାୟ ପ୍ରତ୍ୟେକ ସପ୍ତାହରେ ତାଙ୍କର ଲେଖା ପ୍ରକାଶିତ ହେଉଥିଲା।

ଅଧ୍ୟାପନାରୁ ଅବସର ନେବା ପରେ ମଧ୍ୟ ପ୍ରଦୀପ ବାବୁ ତାଙ୍କର ଲେଖାଲେଖି ବନ୍ଦ କରିନଥିଲେ। ସମାଜ, ପ୍ରମେୟ, ଅନୁପମ ଭାରତ, ନବୀନ ଭଳି ପ୍ରମୁଖ ଖବରକାଗଜ ଗୁଡ଼ିକରେ ସର୍ବଦା ଲେଖା ପ୍ରକାଶିତ କରୁଥିଲେ । ଅନ୍ତର୍ଜାତୀୟ ବିଷୟ ଠାରୁ ଅ।ରମ୍ଭ କରି ଅ।ଞ୍ଚଳିକ ବିଷୟ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା। ଯାହା ତାଙ୍କ ଲେଖାଗୁଡ଼ିକରୁ ପ୍ରମାଣିତ ହେଉଥିଲା ।

ପ୍ରଦୀପ ବାବୁଙ୍କ ଅଚାନକ ବିୟୋଗ ଦ୍ୱାରା ସମ୍ବାଦ ଏବଂ ସାହିତ୍ୟ କ୍ଷେତ୍ରରେ ଏକ ଶୂନ୍ୟତା ରହିଗଲା । ଏଥିସହ ଜ୍ଞାନର ଭଣ୍ଡାର କ୍ଷେତ୍ରରେ ତାଙ୍କର ବୌଦ୍ଧିକ ଅବଦାନ ଅପୂର୍ଣ୍ଣ ହୋଇ ରହିଗଲା। କିନ୍ତୁ ଯେବେ ବି ଗଞ୍ଜାମ ଜିଲ୍ଲାର ଐତିହ୍ୟ ଏବଂ ବ୍ରହ୍ମପୁରର ବୌଦ୍ଧିକ ଅବଦାନ ଉପରେ ଅ।ଲୋଚନା ହେବ, ଡ଼. ପ୍ରଦୀପ ମହାପାତ୍ରଙ୍କ ନାମ ସର୍ବଦା ପ୍ରଥମ ସ୍ତରରେ ଅ।ଲୋଚନା ହେବ ।
ସମ୍ପାଦକ ନବୀନ, ନବୀନ ଭବନ, ବ୍ରହ୍ମ୍ଠପୁର-୭୬୦୦୧୦
ମୋ-୯୮୬୧୦ ୧୩୭୮୦

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking