24.1 C
Bhubaneswar
Tuesday, February 24, 2026
Homeଅପରାଧନାବାଳିକାଙ୍କୁ ପ୍ରେମ କରି: ବନ୍ଧା ହେଲେ ରେଳ କର୍ମଚାରୀ

ନାବାଳିକାଙ୍କୁ ପ୍ରେମ କରି: ବନ୍ଧା ହେଲେ ରେଳ କର୍ମଚାରୀ

ଭୁବନେଶ୍ୱର: ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୋଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଘନଶ୍ୟାମ ଭୋଇ। ସେ କେସିଙ୍ଗା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ଯ୍ୟ କରନ୍ତି। ସୂଚନା ମୁତାବକ, ଗିରଫ ଘନଶ୍ୟାମ ମୁରିବାହାଲ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ । ତେବେ ନାବାଳିକା ଜଣଙ୍କ ଏକ କଲେଜରେ ପଢୁଥିବା ନେଇ ସୂଚନା ରହିଛି । ଗତ ୯ ତାରିଖରେ ଘନଶ୍ୟାମ ସେହି ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ବୋଲି ମୁରିବାହାଲ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ନାବାଳିକାଙ୍କୁ କେସିଙ୍ଗା ରେଳ ବିଭାଗର ଏକ ଘରୁ ଉଦ୍ଧାର କରିଥିଲା। ଗିରଫ ଘନଶ୍ୟାମ ଭୋଇଙ୍କ ଘର ଲୋଇସିଂହା ମୁରଶୁଣ୍ଡ ଗାଁରେ। ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ସହିତ ଘଟଣାର ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking