ନୂଆଦିଲ୍ଲୀ: ସାମାନ୍ୟ ସନ୍ଦେହରୁ ବୋହୂ ପ୍ରତି କଲେ ପଶୁ ପରି ଆଚରଣ କଲେ ଶାଶୁଘର ଲୋକ । ବୋହୂକୁ ଉଲଗ୍ନ କରି ରାତି ସାରା ପିଟିବା ସହ ତା’ ଦେହରେ ଲୁହା ରଡ ଚେଙ୍କ ଦେଲେ । ସେତିକିରେ ମନ ଶାନ୍ତି ନ ହେବାରୁ ବୋହୂର ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ଭର୍ତ୍ତି କରି ଛଟପଟ କଲେ । ଏପରି ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ମଧ୍ୟପ୍ରଦେଶର ରାଜଘର ଜିଲ୍ଲାରେ ଘଟିଛି । ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ଡିସେମ୍ବର ୧୩ ତାରିଖରେ ଘର ପାଖର ଜଣେ ଯୁବକ କିଛି ଜିନିଷ ବାହାନାରେ ଘର ଭିତରେ ପଶି ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ଉକ୍ତ ସମୟରେ ନଣନ୍ଦ ପଶି ଆସିବାରୁ ଯୁବକ ଜଣକ ଫେରାର ହୋଇଯାଇଥିଲେ ।
ସେହି ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଶାଶୁ, ଶ୍ୱଶୁର, ସ୍ୱାମର ଓ ନଣନ୍ଦ ମୋତେ ପ୍ରବଳ ଗାଳିଗୁଲଜ କରିଥିଲେ । ଏହାପରେ ସେମାନେ ମୋତେ ଉଲଗ୍ନ କରି ରାତି ସାରା ପିଟିଥିଲେ । ଅତ୍ୟଧିକ ମାଡ଼ ଯୋଗୁ ମୁଁ ଅଚେତ ହୋଇ ପଡ଼ିଥିଲି । ତା’ ପରଦିନ ହୋସ୍ ଫେରିବା ପରେ ସେମାନେ ପୁଣି ଥରେ ମୋତେ ପିଟାପିଟି କରିବା ଆରମ୍ଭ କରି ଦେଇଥିଲେ । ଏତିକିରେ ମନ ଶାନ୍ତି ନ ହେବାରୁ ଶାଶୁ, ଶ୍ୱଶୁର ସବୁ ସୀମା ପାର୍ କରିଗଲେ । ସେ ମୋ’ ପ୍ରାଇଭେଟ ପାର୍ଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଇଥିବା ବେଳେ ଶାଶୁ ଗରମ ଲୁହା ରଡରେ ଶରୀର ସାରା ଚେଙ୍କ ଦେଇଥିବା ପୀଡିତା କହିଛନ୍ତି । ଏହାପରେ ପୀଡ଼ିତା ଘର ବାହାରେ ଛଟପଟ ହେଉଥିବା ବେଳେ ଜଣେ ପଡ଼ୋଶୀ ଦେଖି ତାଙ୍କ ବାପଘର ଲୋକଙ୍କୁ ସୂଚନା ଦେଇଥିଲେ । ଫଳରେ ତୁରନ୍ତ ବାପ ଘର ଲୋକେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ଫେରିବା ପରେ ପୀଡ଼ିତାଜଣକ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।