20.1 C
Bhubaneswar
Sunday, December 7, 2025
Homeଓଡିଶାଯୌତୁକ ପାଇଁ ବୋହୂଙ୍କୁ ଜାଳିଦେଲେ ଶାଶୂ ଘର ଲୋକେ

ଯୌତୁକ ପାଇଁ ବୋହୂଙ୍କୁ ଜାଳିଦେଲେ ଶାଶୂ ଘର ଲୋକେ

ଗଞ୍ଜାମ: ଯୌତୁକ ପାଇଁ ଜାଳିଦେଲେ  ଶାଶୂ ଘର ଲୋକେ ।  ପେଟ୍ରୋଲ ଢାଳି   ମହିଳାଙ୍କୁ ତାଙ୍କ ଶାଶୁ ଓ ଦିଅର  ଜାଳିଦେଇଥିବା ଅଭିଯୋଗ ହୋଇଛି ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।   ବୋହୂ ଆରତୀ ଅର୍ଦ୍ଦଦଗ୍ଧ ଅବସ୍ଥାରେ  ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖଲ୍ଲିକୋଟ କହ୍ନେଇପୁର ଗାଁର ଆକାଶ ପରିଡା ୨ ବର୍ଷ ତଳେ  ଆରତୀଙ୍କୁ ପ୍ରେମ ବିବାହ କରିଥିଲେ ଯୌତୁକ ପାଇଁ  ଆରତୀଙ୍କୁ  ବିଭିନ୍ନ  ସମୟରେ ନିର୍ଯାତନା ଦିଆଯାଉଥିବା ଆରତୀଙ୍କ  ବାପା ଅଭିଯୋଗ କରିଛନ୍ତି  ା ଗତ ରାତିରେ ଶାସୁ ବୋହୂଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ।   ଆଜି ସକାଳୁ  ଦିଅର ଓ ଶାଶୂ ଉଭୟ ମିଶି  ଆରତୀଙ୍କ ଉପରେ  ପେଟ୍ରୋଲ ଢାଳି ନିଆଁ ଲଗାଇ  ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଚି ।  ତାଙ୍କ ଶରୀରର ୪୦ ପ୍ରତିଶତ ପୋଡିଯାଇଥିବା ବେଳେ  ଡାକ୍ତର ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରିଛନ୍ତି ।  ମେଡିକାଲରେ ପୁଲିସ ପହଞ୍ଚି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking