16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶସତ୍‌ସଙ୍ଗରେ ଦଳାଚକଟା ଘଟଣା ; ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି

ସତ୍‌ସଙ୍ଗରେ ଦଳାଚକଟା ଘଟଣା ; ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି

ଲକ୍ଷ୍ନୌ : ମଙ୍ଗଳବାର ଉତ୍ତରପ୍ରଦେଶର ହାଥରସରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୮୭ରେ ପହଞ୍ଚିଲା । ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ୮୭ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ନିଶ୍ଚିତ କରିଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। ସେହିପରି ଆହତ ସଂଖ୍ୟା ମଧ୍ୟ ସରକାରୀ ରିପୋର୍ଟଠାରୁ ଅଧିକ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଅଧିକ ମହିଳା ଅଛନ୍ତି ବୋଲି କୁହାଯାଉଛି। ଅନେକ ଲୋକ ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଅତ୍ୟଧିକ ଉତ୍ତାପ ଯୋଗୁ ଦଳାଚକଟା ହୋଇଥିବା ଆଶଙ୍କା କରାଯାଉଛି। ସୂଚନାନୁସାରେ, ପୋଲିସ ଦଳ ଏବଂ ପ୍ରଶାସନିକ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତ ମହିଳା, ଶିଶୁ ଏବଂ ପୁରୁଷଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଏଟା, ଆଲିଗଡ, ସିକନ୍ଦରାରାଉ ଡାକ୍ତରଖାନାକୁ ନିଆଯାଇଛି। ପେଣ୍ଡାଲରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ରତା ଯୋଗୁ ଏଭଳି ଘଟିଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking