35.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ

ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣର ଶିକାର ହେବାକୁ ପଡ଼ିଛି। ପୀଡ଼ିତାଙ୍କ ନାମ ନେହା ବିଶ୍ୱାଳ ଏବଂ ସେ ନିଜେ ଏସମ୍ପର୍କରେ ଏକ ଭିଡିଓ ଜାରି କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ନେହାଙ୍କ ଅଭିଯୋଗ ଅନୁସାରେ ସେ ଜଣେ ପାର୍ଟଟାଇମ୍ ୟୁଟ୍ୟୁବର ଏବଂ ଏଠାରେ ସେ ଚାକିରି କରନ୍ତି। ତେବେ ସବୁଦିନ ପରି ସେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଅଫିସ୍ କାମ ସାରି ଘରକୁ ଫେରୁଥିବା ବେଳେ ଜଣେ ୧୦ ବର୍ଷର ନାବାଳକ ତାଙ୍କ ସହ ଅସଦାଚରଣ କରିଥିବା ନେହା ଦର୍ଶାଇଛନ୍ତି।
ନେହାଙ୍କ କହିବାନୁସାରେ ବିଟିଏମ୍ ଲେୟାଆଉଟ ରାସ୍ତାରେ ସେ ଚାଲିଚାଲି ଆସିବା ସହ ଏକ ବ୍ଲଗ୍ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ଜଣେ ୧୦ ବର୍ଷୀୟ ନାବାଳକ ବିପରୀତ ଦିଗରୁ ସାଇକେଲ ନେଇ ଆସିଥିଲା। ନେହା ଭିଡିଓ ରେକର୍ଡ କରୁଥିବା ବେଳେ ପିଲାଟି ତାଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲା। ସେ ସିଧା ନେହାଙ୍କ ଛାତି ଉପରେ ହାତ ରଖିଥିଲା ଏବଂ ଅଭଦ୍ରୋଚିତ ବ୍ୟବହାର କରିଥିଲା। ପିଲାଟିର ଅଙ୍ଗୁଳି ଚିହ୍ନ ନେହାଙ୍କ ଡ୍ରେସ ଉପରେ ରହିଥିବା ସେ ଭିଡିଓ ଜାରି କରି ସମସ୍ତଙ୍କୁ ଜଣାଇଛନ୍ତି। ନେହା ଭିଡିଓ ପୋଷ୍ଟ କରିବା ପରେ ବେଙ୍ଗାଲୁରୁ ପୁଲିସ୍ ଘଟଣାକୁ ନିଜ ଆଡ଼କୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକାଶ, ନେହା ବିଶ୍ୱାଳ ଉକ୍ତ ଅଞ୍ଚଳରେ ଗୋଟିଏ ପେଇଂ ଗେଷ୍ଟ ଘରେ ରହୁଛନ୍ତି। ଘଟଣାରେ ପରେ ସେ ପୂରା ଭାଙ୍ଗି ପଡ଼ିଛନ୍ତି। ସେ କହିଛନ୍ତି, “ଏପ୍ରକାର ଘଟଣା ତାଙ୍କ ସହ କେବେ ଘଟିନଥିବା ବେଳେ ଏହି ଘଟଣା ତାଙ୍କୁ ମାନସିକସ୍ତରରେ ବେଶ୍ ଆଘାତ ଦେଇଛି।” ତେବେ ସ୍ଥାନୀୟ ଲୋକେ ପିଲାଟିକୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି। ଏହି ଘଟଣା ପରେ ସେ ଏବେ ନିଜକୁ ବେଙ୍ଗାଲୁରୁରେ ସୁରକ୍ଷିତ ମଣୁନଥିବା ନେହା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking