17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶମୁନୀରଙ୍କ ବିରୋଧରେ ସାଂଘାତିକ ଖୁଲାସା କଲେ ଇମ୍ରାନ ଖାନ

ମୁନୀରଙ୍କ ବିରୋଧରେ ସାଂଘାତିକ ଖୁଲାସା କଲେ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଯିଏ ବର୍ତ୍ତମାନ ଜେଲରେ ଅଛନ୍ତି, ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ ଅସୀମ ମୁନୀର ତାଙ୍କ ପ୍ରତି ବ୍ୟକ୍ତିଗତ ପ୍ରତିଶୋଧ ମନୋଭାବ ରଖିଛନ୍ତି ଏବଂ ତାଙ୍କ ସ୍ତ୍ରୀ ବୁଶରା ବିବିଙ୍କୁ ଅନ୍ୟାୟ ଭାବେ ଟାର୍ଗେଟ କରିଛନ୍ତି। ଏହାର କାରଣ ହେଉଛି ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ମୁନୀରଙ୍କୁ ଆନ୍ତଃସେବା ଗୁଇନ୍ଦା ସଂସ୍ଥା (ଆଇଏସଆଇ) ମୁଖ୍ୟ ପଦରୁ ହଟାଇ ଦେଇଥିଲେ।

ଇମ୍ରାନ ଖାନ ଏକ୍ସରେ ଏକ ପୋଷ୍ଟ ଜାରି କରି କହିଛନ୍ତି, ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଥାଆନ୍ତି, ସେତେବେଳେ ଜେନେରାଲ ଅସୀମ ମୁନୀରଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ହଟାଇଥିଲି। ଏହା ପରେ ସେ ମଧ୍ୟସ୍ଥୀ ଜରିଆରେ ମୋ ସ୍ତ୍ରୀ ବୁଶରା ବିବିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୁଶରା ବିବି ସ୍ପଷ୍ଟ ଭାବେ ଏହା ପ୍ରତ୍ୟାଖ୍ୟାନ କରିଥିଲେ ଏବଂ କହିଥିଲେ ଯେ ସେ ଏଭଳି ବିଷୟରେ କୌଣସି ସମ୍ପୃକ୍ତି ରଖନ୍ତି ନାହିଁ ଏବଂ ମୁନୀରଙ୍କୁ ଭେଟିବେ ନାହିଁ। ଇମ୍ରାନ ଖାନ ଆହୁରି ଅଭିଯୋଗ କରିଛନ୍ତି ଯେ ମୁନୀରଙ୍କ ଏହି ପ୍ରତିଶୋଧମୂଳକ ମନୋଭାବ ହିଁ ବୁଶରା ବିବିଙ୍କ ୧୪ ମାସର ଅନ୍ୟାୟ କାରାବାସ ଏବଂ ଜେଲରେ ଅମାନବୀୟ ବ୍ୟବହାରର କାରଣ। ସେ କହିଛନ୍ତି, ବୁଶରା ବିବିଙ୍କୁ ସହାୟତା ଓ ଆକ୍ରେଶମୂଳକ ଅଭିଯୋଗ ଲଗାଯାଇଛି, କିନ୍ତୁ ଏହାର କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ। ଏହା ସହିତ ଇମ୍ରାନ ଖାନ ପାକିସ୍ତାନର ନ୍ୟାୟପାଳିକାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ମୁଖ୍ୟ ନ୍ୟାୟାଧୀଶ କାଜୀ ଫୈଜ ଇସାଙ୍କୁ ପୂର୍ବତନ ନ୍ୟାୟାଧୀଶ ମୁନୀରଙ୍କ ସହ ତୁଳନା କରିବା ସହ ନ୍ୟାୟପାଳିକା ନ୍ୟାୟ ପାଇଁ ନୁହେଁ, ବରଂ ନିଜର ପଦ ଓ ସୁବିଧା ସୁରକ୍ଷା ପାଇଁ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି। ସେ ମେ ୯ ଓ ନଭେମ୍ବର ୨୬, ୨୦୨୪ରେ ଇସଲାମାବାଦରେ ହୋଇଥିବା ଗଣତନ୍ତ୍ରପନ୍ଥୀ ବିକ୍ଷୋଭକାରୀଙ୍କ ହତ୍ୟା ଘଟଣାର ସ୍ବଚ୍ଛ ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରିବାକୁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking