ଭୁବନେଶ୍ୱର: ପୁଣି ସଭାପତି ହେବା ପରେ ମନମୋହନ ସାମଲ ସମ୍ବୋଧନ କରିଛନ୍ତି । କହିଛନ୍ତି, ମୋତେ ମିଳିଥିବା ଦାୟିତ୍ୱ ସଂଗଠନ କର୍ମକର୍ତ୍ତାଙ୍କର । କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ । ୭୫ ହଜାର କିମି ରାସ୍ତା ନିର୍ମାଣ ସଂକଳ୍ପ ନେଇଛୁ । ଆମେ ଶୋଇବାନି କି ଶୁଆଇଦେବାନି । ଓଡିଶାର ସବୁ ସମସ୍ୟାର ସମାଧାନ କରିବା । ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ । ୨୧ଟି ପ୍ରତିଶ୍ରୁତିରୁ ୧୧ଟି କାମ ପୂରଣ କରିଛୁ । ୨୦୩୬, ୨୦୪୭ରେ ବିଜେପି ସରକାର । ଓଡିଶାରେ ଲମ୍ବା ସମୟ ଶାସନ କରିବୁ ଦ୍ୱନ୍ଦ୍ୱ ନାହିଁ ।









