ନୂଆଦିଲ୍ଲୀ: ଭାରତର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୫ ପ୍ରତିଶତ ଟ୍ରେଡ ଟାରିଫ ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପ୍ରତିକ୍ରିୟା ମିଳିଛି । ଦେଶର ସ୍ୱାର୍ଥ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ସେନେଇ ପଦକ୍ଷେପ ନେବାକୁ ବିଚାର ବିମର୍ଶ ଚାଲିଥିବା ସୂଚନା ମିଳିଛି । ତେବେ ଆମେରିକା ସହ ଟ୍ରେଡ ଡିଲ ନେଇ ଆଲୋଚନା ଚାଲିଛି ଏବଂ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶ ଭିତରେ ବାଣିଜ୍ୟ ଚୁକ୍ତି ଯେଭଳି ସଠିକ ହେବ , ସେନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଅନ୍ୟପଟେ ୨୫ ପ୍ରତିଶତ ଟାରିଫ ଘୋଷଣା ପରେ ଟ୍ରମ୍ପ କହିଛନ୍ତି, ଏବେ ବି ଭାରତ ସହ ଟ୍ରେଡ ଡିଲ ନେଇ ଆଲୋଚନା ଜାରି ରହିଛି । ଆମେରିକାର ୨୫ ପ୍ରତିଶତ ଟାରିଫ ଯେଗୁଁ ଭାରତର ରପ୍ତାନୀ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହେବ । ବିଶେଶକରି, ଏମଏସଏମଇ, କୃଷି ନିର୍ମାଣ ଉଦ୍ୟୋଗ ପ୍ରଭାବିତ ହେବା ସମ୍ଭାବନା ରହିଛି । ଅନ୍ୟପଟେ ଇରାନ ସହ ବାଣିଜ୍ୟ କରିବା ଅଭିଯୋଗରେ ୨୦ଟି କମ୍ପାନୀ ଉପରେ କଟକଣା ଲଗାଇଛି ଆମେରିକା । ଏହି ୨୦ କମ୍ପାନୀ ଭିତରେ ରହିଛି ଭାରତର ୬ କମ୍ପାନୀ । ଆମେରିକାର କଟକଣା ସତ୍ତ୍ୱ ଇରାନ ସହ ପେଟ୍ରୋଲିୟମ ସାମଗ୍ରୀ କାରବାରରେ ଭାରତର ୬ ସମ୍ପୃକ୍ତ କମ୍ପାନୀ ଥିବା କହି ଆମେରିକା କଟକଣା ଲଗାଇଛି ।










