15.1 C
Bhubaneswar
Monday, February 9, 2026
Homeଖେଳକ୍ରୀଡ଼ା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ବଦଳିବ ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ପୁରସ୍କାର ନାମ

କ୍ରୀଡ଼ା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ବଦଳିବ ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ପୁରସ୍କାର ନାମ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଚଳିତ ବର୍ଷଠାରୁ ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ପୁରସ୍କାର ବନ୍ଦ କରିବାକୁ ନିର୍ଣ୍ଣୟ ନେଇଛି। ମନ୍ତ୍ରଣାଳୟ ଅନୁସାରେ ଏବେ ଏହା ସ୍ଥାନରେ ଅର୍ଜୁନ ଲାଇଫ୍‌ଟାଇମ୍ ପୁରସ୍କାର ଆରମ୍ଭ କରାଯିବ। ମହାନ୍ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ନାମରେ ୨୦୦୨ରେ ସ୍ଥାପିତ ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍ ପୁରସ୍କାର ଅଲିମ୍ପିକ୍‌, ପାରାଲିମ୍ପିକ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ଅଂଶଗ୍ରହଣକାରୀ ଖେଳାଳିଙ୍କୁ ପ୍ରଦାନ କରାଯାଇଥାଏ। ୨୦୨୩ରେ ଏହି ପୁରସ୍କାର ପୂର୍ବ ବ୍ୟାଡ୍‌ମିଣ୍ଟନ୍ ଖେଳାଳି ମଞ୍ଜୁଷା କୱଁର, ପୂର୍ବତନ ହକି ଖେଳାଳି ବିନିତ କୁମାର ଏବଂ କବାଡ଼ି ଖେଳାଳି କବିତା ସେଲ୍‌ଭାରାଜଙ୍କୁ ଦିଆଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି ଖେଳ ପୁରସ୍କାର ପାଇଁ ବିଭିନ୍ନ ଯୋଜନାକୁ ତର୍କସଙ୍ଗତ କରାଯାଇଛି, ଯେଉଁଥିରେ ଧ୍ୟାନଚାନ୍ଦ ପୁରସ୍କାର ସ୍ଥାନରେ ଅର୍ଜୁନ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ପୁରସ୍କାର ଆରମ୍ଭ ହୋଇଛି। କ୍ରୀଡ଼ାର ବିକାଶରେ ଆଜୀବନ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯିବ। ଏହା ବ୍ୟତୀତ ଖେଲୋ ଇଣ୍ଡିଆ ଯୋଜନାକୁ ମାନ୍ୟତା ଦେବା ପାଇଁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳରେ ଓଭର୍‌ଅଲ୍ ଶୀର୍ଷ ପ୍ରଦର୍ଶନ ପାଇଁ ବିଶ୍ୱବିଦ୍ୟାଳୟକୁ ମୌଲାନା ଅବ୍‌ଦୁଲ୍ କାଲାମ୍ ଆଜାଦ ଟ୍ରଫି ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking