32.1 C
Bhubaneswar
Wednesday, October 16, 2024
Homeଖେଳସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ ହେବନି ଇମ୍ପାକ୍ଟ ପ୍ଲେୟର୍ ନିୟମ

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ ହେବନି ଇମ୍ପାକ୍ଟ ପ୍ଲେୟର୍ ନିୟମ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସୟଦ୍ ମୁସ୍ତାକ୍ ଅଲୀ ଟି-୨୦ (ଏମ୍‌ଏମ୍‌ଟି ଟି୨୦)ରେ ଇମ୍ପାକ୍ଟ ପ୍ଲେୟର୍ ନିୟମ ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଅବଶ୍ୟ ଏହି ନିୟମ ଆଇପିଏଲ୍‌ର ଆଗାମୀ ତିନିଟି ସିଜନ୍ ପର୍ଯ୍ୟନ୍ତ ଲାଗୁ ରହିବ । ବିସିସିଆଇ ଏହି ନିୟମ କିଛିବର୍ଷ ତଳେ ଏସ୍‌ଏମ୍‌ଟିରୁ ଆରମ୍ଭ କରିଥିଲା ଏବଂ ପରେ ଏହାକୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ରେ ମଧ୍ୟ ଲାଗୁ କରିଥିଲା । ବୋର୍ଡ ସୋମବାର ରାଜ୍ୟ ସଂଘଗୁଡ଼ିକୁ ପ୍ରେସ୍ ରିଲିଜ୍ ଜାରୀକରି ଚଳିତ ସିଜନ୍‌ରେ ‘ଇମ୍ପାକ୍ଟ ପ୍ଲେୟର୍‌’ ବ୍ୟବସ୍ଥା ଶେଷ କରିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି । ଆଇପିଏଲ୍‌ର ଆଗାମୀ ୨୦୨୭ ସିଜନ୍ ପର୍ଯ୍ୟନ୍ତ ଇମ୍ପାକ୍ଟ ପ୍ଲେୟର୍ ନିୟମ ବଜାୟ ରଖାଯିବା ନିଷ୍ପତ୍ତି ନେବାର କିଛି ସମୟ ପରେ ବୋର୍ଡ ଏସ୍‌ଏମ୍‌ଟିରୁ ନିୟମ ହଟାଇବା ନିଷ୍ପତ୍ତି ନେଇଛି । ୨୦୨୩ ସିଜନ୍‌ରେ ଏହା ଲାଗୁ କରାଯିବା ପରଠାରୁ ବାସ୍ତବରେ ଏହି ନିୟମ ଭାରତୀୟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ହାଇ ପ୍ରୋଫାଇଲ୍ ଖେଳାଳି ଏହି ନିୟମକୁ ନେଇ ଚିନ୍ତାବ୍ୟକ୍ତ କରି କହିଛନ୍ତି, ଏହା ଅଲ୍‌ରାଉଣ୍ଡର୍‌ଙ୍କ ବିକାଶ ପାଇଁ ହାନିକାରକ ହୋଇପାରେ । ଅନ୍ୟପକ୍ଷରେ ରବିଚନ୍ଦ୍ରନ୍ ଅଶ୍ୱିନ ଏହି ନିୟମର ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ଚଳିତ ବର୍ଷ ମେ’ ମାସରେ ବିସିସିଆଇ ସମ୍ପାଦକ ଜୟ ଶାହ କହିଥିଲେ ଆଇପିଏଲ୍‌ରେ ଏହି ନିୟମ ‘ଟେକ୍ସ କେସ୍‌’ ଏବଂ ଏହା ସ୍ଥାୟୀ ନୁହେଁ । ଏହାକୁ ଶେଷ କରାଯିବ । ସୌରାଷ୍ଟ୍ର ମୁଖ୍ୟ କୋଚ୍ ନୀରଜ ଓଡେଡ୍ରା ବିସିସିଆଇର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ଏହା ଏକ ଉନ୍ନତ ପରିବର୍ତ୍ତନ । ଆଇସିସିର ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ଲାଗୁ ହେଉନଥିବାରୁ ଘରୋଇ ସିଜନ୍ ପରେ ଭାରତ ପାଇଁ ଖେଳିବାକୁ ଚାହୁୂଁଥିବା କ୍ରିକେଟର୍‌ଙ୍କ ପାଇଁ ଏହା ଲାଭଦାୟକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking