32.1 C
Bhubaneswar
Sunday, March 22, 2026
Homeଓଡିଶାବାତ୍ୟାର ପ୍ରଭାବ: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ବାତ୍ୟାର ପ୍ରଭାବ: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ନବରଙ୍ଗପୁର: ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି। ଯେକୌଣସି ମୁହୂର୍ତ୍ତରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ନିଷ୍କାସନ କରାଯିବା ନେଇ ସତର୍କ ସୂଚନା ଜାରି କଲେ ଡ୍ୟାମ୍ କତ୍ତୃପକ୍ଷ । ଇନ୍ଦ୍ରାବତୀ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ମିଟର ରହିଛି। ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଆଜି ଗଜପତି, କୋରାପୁଟ ରାୟଗଡ଼ା ଓ ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି।ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଆଜି ସକାଳୁ ଅନ୍ଧକାର ମେଘୁଆ ଆକାଶ ,ହାଲକା ଶୀତଳ ପବନ ସାଙ୍ଗକୁ ଆରମ୍ଭ ହୋଇଛି ଝିପିଝିପି ବର୍ଷା। ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବା ବେଳେ ରାତିରେ ମଧ୍ୟ ସାମାନ୍ୟ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking