31.1 C
Bhubaneswar
Wednesday, February 11, 2026
Homeଓଡିଶାସୁଭଦ୍ରା ଯୋଜନାରୁ ବୃତ୍ତି ପାଉଥିବା ଛାତ୍ରୀଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ

ସୁଭଦ୍ରା ଯୋଜନାରୁ ବୃତ୍ତି ପାଉଥିବା ଛାତ୍ରୀଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ

ନୂଆପଡ଼ା / ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଚୂଡ଼ାନ୍ତ ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଗୁରୁବାର ନୂଆପଡାର ଖୁଣ୍ଟିଆ ଭବନଠାରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ କହିଲେ, ଗତ ପନ୍ଦର ଅକ୍ଟୋବରରେ ଆଇସିଡିଏସ ଓ ଏସ୍‌ଡବ୍‌ଲୁ ନିର୍ଦ୍ଦେଶିକା ଅନୁସୂଚିତ ଜାତି, ଓ ଜନଜାତି ବିଭାଗର ସଚିବଙ୍କୁ ପଠାଇଥିବା ଏକ ଚିଠି ଆମର ହସ୍ତଗତ ହୋଇଛି, ଯେଊଁଥିରେ ଉଲ୍ଲେଖ ଅଛି ଯେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କା ବୃତ୍ତି ପାଉଛନ୍ତି, ସେମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଉ। ଯଦି ସରକାରଙ୍କର ଦମ ନ ଥିଲା, ତେବେ କାହିଁକି ଏକକାଳୀନ ପ୍ରତ୍ୟେକ ମହିଲାଙ୍କୁ ପଚାଶ ହଜାର ଟଙ୍କାର ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ? ପରବର୍ତ୍ତୀ ସମୟରେ ସରକାରକୁ ଆସିଲା ପରେ ବିଭିନ୍ନ ଆଳରେ ବିଭିନ୍ନ ବର୍ଗର ମହିଲାମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଛି। ଦିନକୁ ମାତ୍ର ୨୭ ଟଙ୍କା ୩୯ ପଇସା ଦେବାର ସାମର୍ଥ୍ୟ ମଧ୍ୟ ସରକାରଙ୍କର ନାହିଁ ଯେ ବୃତ୍ତି ପାଉଥିବା ଛାତ୍ରୀମାନଙ୍କୁ ଯୋଜନାରୁ ବାଦ୍ ଦେବାକୁ ପଡ଼ୁଛି? କଂଗ୍ରେସର ଦାବି ଏହି ନିର୍ଦ୍ଦେଶାବଳୀକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଆହୁରି ମଧ୍ୟ, ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ଭୋଟ ଚୋରିର ପର୍ଦ୍ଦାଫାସ ସାରା ଭାରତରେ ଲୋକଙ୍କୁ ଜାଗ୍ରତ କରିଛି। ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡୁଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସସୀରାମ ମାଝିଙ୍କ ବିପୁଳ ବିଜଯ ହେଉଥିବା ଜାଣି ବିଜେପି ଭୟଭୀତ ହୋଇ ପଡିଛି। ସରକାର କଂଗ୍ରେସକୁ ହରାଇବା ପାଇଁ ସମସ୍ତ ପ୍ରକାରର କୌଶଳକୁ ଆପଣେଇଛନ୍ତି।ଭୋଟରଙ୍କୁ ନେଇ ଏକ ବିରାଟ ବ୍ୟତିକ୍ରମର ପ୍ରମାଣ ହସ୍ତଗତ ହୋଇଛି। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସଂଶୋଧିତ ତଥା ଚୂଡ଼ାନ୍ତ ଭୋଟର ତାଲିକାରେ ୫ ହଜାର ନୂଆ ଭୋଟରଙ୍କୁ ଯୋଡ଼ିଛନ୍ତି। କଂଗ୍ରେସର ପ୍ରଶ୍ନ ହେଉଛି, ଏହି ୫ ହଜାର ମତଦାତା କୁଆଡୁ ଆସିଲେ? ଏମାନେ ବାହାରୁ ଆମଦାନି ଭୋଟର ନୁହଁନ୍ତି ତ? କର୍ଣ୍ଣାଟକର ମହାଦେବପୁରାରେ ଯେମତି ବାହାର ଭୋଟର ସଂଯୋଗ କରାଯାଇଥିଲା, ସେଭଳି ନିର୍ବାଚନ ଜିତିବା ପାଇଁ ନୂଆପଡ଼ାରେ କୌଶଳ ଅବଲମ୍ବନ କରାଯାଇଛି କି? ପୂର୍ବରୁ ବିଜେପି ହାଇକୋର୍ଟରୁ ଓକିଲ ଡକାଇ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝିଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ଅପଚେଷ୍ଟା କରିଥିଲା। ତେବେ ବିଜେପି ସତ ଉପାୟରେ ନିର୍ବାଚନ ଲଢିବାକୁ ଏତେ ଭୟ କାହିଁକି କରୁଛି? ଏସ୍‌ଆଇ କେଳଙ୍କାରୀ ମାମଲାରେ ସରକାର ସିବିଆ ତଦନ୍ତ କରାଉଥିବା ସ୍ବାଗତଯୋଗ୍ୟ; ତେବେ ଏହା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହେଲେ ଯାଇ ବିଶ୍ବସନୀୟତା ରହିବ ବୋଲି ସେ କହିଥିଲେ। ଉଭୟ କ୍ରାଇମବ୍ରାଞ୍ଚ ଓ ସିବିଆଇ ଉପରୁ ରାଜ୍ୟବାସୀଙ୍କର ଭରସା ତୁଟିଯାଇଥିବାରୁ ପୀତବାସ ପଣ୍ଡା ହତ୍ୟା ମାମଲାରେ ମଧ୍ୟ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଇବାକୁ କଂଗ୍ରେସ ପକ୍ଷରୁ ସେ ଦାବି କରିଥିଲେ।

କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ.ହମିଦ ହୁସେନ ଆଜିଯାଏ ବିଜେପି ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେଇ ନ ପାରିବା ପଶ୍ଚିମ ଓଡ଼ିଶା ପ୍ରତି ଦଳର କିପରି ଆନ୍ତରିକତା ଅଛି ତାକୁ ପ୍ରଶ୍ନ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀ ନୂଆପ଼ାର ବିକାଶ ପାଇଁ କଂଗ୍ରେସର ଭିଜନ ଡକୁମେଣ୍ଟ ବର୍ଣ୍ଣନା କରିଥିଲେ। ପିସିସି ପ୍ରବକ୍ତା ବିଭୂତିଭୂଷଣ ମହାପାତ୍ର ଧନ୍ୟବାଦ ଜଣାଇବା ସହ ଭୋଟ୍ ଚୋରି ରୋକିବାକୁ ବାହାରର ନକଲି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟ୍ ପୂର୍ବରୁ ଦୁଇତିନିଦିନ ରେଳଷ୍ଟେସନରେ କଡ଼ା ଯାଂଚ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବକଂଗ୍ରେସ ନେତା ଗଣେଶ ସାହୁ, ନୂଆପଡ଼ା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର, ତୁଲେଶ୍ବର ନାଏକ , ରବି ମଙ୍ଗରାଜ ପ୍ରମୁଖ ମଂଚାସୀନ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking