25.1 C
Bhubaneswar
Thursday, October 24, 2024
Homeଓଡିଶାବଡ଼ ଅପଡେଟ ଦେଲେ ଆଇଏମଡି ଡିଜି, କ’ଣ କହିଲେ ଜାଣନ୍ତୁ

ବଡ଼ ଅପଡେଟ ଦେଲେ ଆଇଏମଡି ଡିଜି, କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର: ବାତ୍ୟା ଦାନା ଯେତେ ପାଖେଇ ଆସୁଛି ଲୋକଙ୍କ ମନରେ ଭୟ ଓ ଆଶଙ୍କା ସେତେ ବୃଦ୍ଧି ପାଉଛି । ଏହାରି ଭିତରେ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ବାତ୍ୟାର ଦାନାର ଆଖି ସୃଷ୍ଟି ହୋଇନି କି ହେବନାହିଁ । ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ । ‘ଦାନା’ ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହୋଇନି । ପୂର୍ବାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ରହିବ, ଆଉ ବଢ଼ିବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଉପକୂଳରେ ଜୁଆର ଆସିବ । ସମ୍ପୃକ୍ତ ୩ଟି ଜିଲ୍ଲାରେ ୧ରୁ ୨ମିଟର ଉଚ୍ଚତାରେ ଜୁଆର ଆସିପାରେ । ଜଗତସିଂହପୁର ଜିଲ୍ଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଉକ୍ତ ଜିଲ୍ଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ । ନଦୀରେ ପ୍ରାୟ ୩କିମି ଉପର ଯାଏଁ ଜୁଆର ଆସିପାରେ ।

ସେହିପରି ୩ଟି ଜିଲ୍ଲାରେ ଅଧିକ ପବନ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ପବନ ହେବ । ସମ୍ପୃକ୍ତ ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହିପାରେ । ଏବେ ପାରାଦୀପ ଠାରୁ ୨୦୦ କିମି ଦୂରରେ ବାତ୍ୟା ଦାନା ରହିଛି । ସେଠାରେ ଏବେ ପବନର ବେଗ ୯୫ରୁ ୧୦୫ କିମି ରହିଛି । ଏହି ବେଗ କ୍ରମେ ବୃଦ୍ଧି ପାଇବ । ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅଧିକ ପବନ ବହିବ । ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜରେ ୬୦ରୁ ୮୦ କିମି ବେଗରେ ପବନ ବହିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking