30.1 C
Bhubaneswar
Tuesday, February 3, 2026
Homeଓଡିଶାଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣା : ୧ ମୃତ

ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣା : ୧ ମୃତ

ଗଞ୍ଜାମ : ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣାରେ ଜଣଙ୍କର ମୃତ୍ୟୁ । ମର ଶରୀରକୁ ରାସ୍ତାରେ ରଖି ଗାଁ ଲୋକଙ୍କ ପ୍ରତିବାଦ। ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଗୁରୁତର ଭାବେ ଚିକିତ୍ସିତ ଯୁର ବେହେରାଙ୍କ ଆଜି ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଅସୁସ୍ଥଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଚିକିଟି ଜେନାପୁର ବାସୀଙ୍କ ଧାରଣା। ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ଆନ୍ଦୋଳନକାରୀ ଦାବି କରିଥିବାବେଳେ ସରକାର ଆସି ଆଲୋଚନା କରିବାକୁ ଦାବି କରିଛନ୍ତି। ଚିକିଟି ବଜାର ଉପରେ ଶବ ରଖି ଜେନାପୁରବାସୀ ଧାରଣା ଦେଇଛନ୍ତି। ଏବେ ବି ୨୩ ଜଣ ଅସୁସ୍ଥ ହୋଇ ଚିକିଟି ଓ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ ପିଇବା ଘଟଣାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିସନର ନରସିଂହ ଭୋଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୪ ଜଣଙ୍କୁ ପୁଲିସ ଓ ଅବକାରୀ ବିଭାଗ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking