ଭୁବନେଶ୍ୱର: ବେଆଇନ ଖଣି ଖନନର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲା । ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣ ଖଣ୍ଡପୀଠ ନୋଟିସ୍ ଜାରି କରି୍ଛନ୍ତି । ଶ୍ରବଣ କୁମାର ଦେବଙ୍କ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି । ନୋଟିସ୍ ଜାରି କରି ବେଆଇନ ଖଣି ଖନନ ସ୍ଥିତିର ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ଏଥି ସହିତ ବେଆଇନ ଖନନ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇ ଜବାବ ମଧ୍ୟ ଲୋଡିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ହାଇକୋର୍ଟ । ନୋଟିସ୍ରେ ଉଲ୍ଲେଖ କରିଛନ୍ତି ଯେ ୨୦୧୭ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁନଥିବା ଅଭିଯୋଗ କରିଛନ୍ତି । ଲିଜ୍ଧାରୀମାନେ ନିର୍ଦ୍ଧାରିତ ସୀମା ବାହାରେ ଖନନ କରୁଥିବା ଅଭିଯୋଗ ହୋଇଛି । ଅଧିକ ଖନନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦର୍ଶାଯାଇଛି । ଏହା ଦ୍ୱାରା ବିପୁଳ ରାଜସ୍ୱ ହାନୀ ହେଉଥିବା ଆବୋଦନକାରୀ ଦର୍ଶାଇଛନ୍ତି । ଆସନ୍ତା ଫେବୃଆରୀ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।










