କଳାହାଣ୍ଡି: ସରକାରଙ୍କ ନିର୍ଦ୍ଦେଶ ପରେ କୋକସରାରେ ସ୍କୁଲ ଜମିରୁ ଭଙ୍ଗା ଗଲା ବେଆଇନ୍ ଘର । ବର୍ଷ ବର୍ଷ ଧରି ସରକାରୀ ଜମିକୁ ଜବର ଦଖଲରେ ରଖିଥିଲେ । ସ୍କୁଲ ଜମିରେ ଘର କରି ରହୁଥିଲେ ପୁରା ପରିବାର । ଏବେ ସେ ଘରକୁ ଭାଙ୍ଗି ଦେଇଛି ପ୍ରଶାସନ । ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ସରକାର ଆକ୍ସନ ମୋଡରେ ଅଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ କଳାହାଣ୍ଡି କୋକସରା ତହସିଲ ଅନ୍ତର୍ଗତ ଅଂଚଳରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜବରଦଖଲକାରୀଙ୍କ ଘରେ ବୁଲିଲା ବୁଲଡୋଜର । ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ କଳାହାଣ୍ଡି କୋକସରା ତହସିଲ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମହିମା ପଞ୍ଚାୟତ ଡେଙ୍ଗାଗୁଡା ହାଇସ୍କୁଲ ନିକଟରେ ବୁଲଡୋଜର ବୁଲିଛି । ସ୍କୁଲ ଜମିରେ ତିଆରି ହୋଇଥିବା ଘରକୁ ଭାଙ୍ଗି ଦିଆଯାଇଛି। ବାହାରେ ଘରର ଆସବାବପତ୍ର ବିଛାଡ଼ି ହୋଇ ପଡିରହିଛି ।