33.1 C
Bhubaneswar
Saturday, March 28, 2026
Homeଓଡିଶା୧ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ; ୧୫୩ ଗିରଫ

୧ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ; ୧୫୩ ଗିରଫ

ଭୁବନେଶ୍ୱର: ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ୧୮ତମ ଦିନରେ, ଚଢ଼ାଉକାରୀ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ଏକ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି । ଏହି କ୍ରମରେ ମୋଟ ୨୫୪ ଟି ମାମଲା ରୁଜୁ ହେବା ସହ ବେଆଇନ କାର୍ଯ୍ୟରେ ଜଡିତ ଥିବା ୧୫୩ ଜଣକୁ ଗିରଫ କରାଯାଇଛି । ଏନଫୋର୍ସମେଣ୍ଟ ଦଳ ୧୦, ୬୦୬ ଲିଟର ଆଇଡି ଲିକର, ୬୦୩ ଲିଟର ଡ୍ୟୁଟି-ପେଡ୍ ଲିକର, ୧୧ ଲିଟର ଡୁପ୍ଳିକେଟ ଲିକର ଜବତ କରିଛନ୍ତି ।

ସେହିପରି ବେଆଇନ ମଦ ପ୍ରସ୍ତୁତି ପାଇଁ ଥିବା ୧, ୦୭, ୫୨୩ ଲିଟର ପୋଚ ନଷ୍ଟ କରିଛନ୍ତି । ଏଥିସହିତ ବେଆଇନ ପରିବହନରେ ବ୍ୟବହୃତ ୨୦ ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ନିଷିଦ୍ଧ ନିଶା କାରବାର ଓ ଚୋରା ଚାଲାଣ ରୋକିବା ଦିଗରେ ମଧ୍ୟ ଏନଫୋର୍ସମେଣ୍ଟ ଦଳକୁ ସଫଳତା ମିଳିଛି। ଏଥିରେ ୧୩ ଟି NDPS ମାମଲା ରୁଜୁ ସହ ୧୬୩ କିଲୋଗ୍ରାମ ଗଞ୍ଜେଇ ଏବଂ ୨୪୫ ଗ୍ରାମ ହେରୋଇନ ଜବତ କରାଯାଇଛି। ଯାହା ମାଦକଦ୍ରବ୍ୟ ସମ୍ବନ୍ଧୀୟ ଅପରାଧକୁ ଦମନ କରିବାରେ ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ସ୍ପଷ୍ଟ କରୁଛି। ଏହି ବିଶେଷ ଅଭିଯାନ ଜରିଆରେ ନିୟମିତ ଚଢ଼ାଉ ଜାରି ରଖି ବେଆଇନ ମଦ ଓ ନାର୍କୋଟିକ୍ସ ଚୋରାଚାଲାନରେ ଜଡିତ ସୁଦୃଢ ନେଟୱର୍କକୁ ଭଙ୍ଗିବାକୁ ବିଭାଗ ଲକ୍ଷ୍ୟ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking