କଟକ: ସ୍ନାକ୍ସ ବିସ୍କୁଟ ଦୋକାନରେ ମାଆ – ପୁଅ ଚଳାଇଥିଲେ ବେଆଇନ କଫ ସିରପ ବେପାର । ଖବର ପାଇ ମାଡି ବସିଲା ଏନଟିପିସି ପୁଲିସ । ଦୋକାନରୁ ଜବତ କଲା ୬୯୭ ବୋତଲ କଫ ସିରପ । ଏନଡିପିସି ଆକ୍ଟ ଅନୁସାରେ ଉଭୟଙ୍କୁ ଗିରଫ କରିଛି ପୋଲିସ । କଟକ ଖୁଣ୍ଟୁଣୀରୁ ଏ ବେଆଇନ କଫ ସିରପ ଅଣାଯାଇଥିବା ସ୍ୱୀକାର କରିଛନ୍ତି ଅଭିଯୁକ୍ତ । ପୁଲିସ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ଅପରେସନ ପ୍ରହାର ଅଧିନରେ ଅନୁଗୁଳ ପୋଲିସର ନିଶା ବେପାରୀଙ୍କ ଉପରେ ଚଢାଉ ଜାରି ରହିଛି । ସୂଚନା ଅନୁସାରେ ଲାଇସେନ୍ସ ନଥାଇ ବେଆଇନ ଭାବରେ ଗଡଶିଳା ଗାଁର ସିପୁନ ବାରିକ ଓ ତାଙ୍କ ମାଆ ବିସ୍କୁଟ ଦୋକାନରେ କଫ ସିରପ ରଖି ବେପାର ଚଳାଇଥିବା ଖବର ପାଇ ପୋଲିସ ସେଠାରୁ କଫ ସିରପ ଜବତ କରିଛି ।










