ବ୍ୟୁରୋ : କଟକରେ ଥିବା ମେଡିସିନ ଫାର୍ମ ଉପରେ ରାତି ଅଧିଆ ଚଢାଉ । କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତତ ଚଢାଉ ବେଳେ ବିପୁଳ ପରିମାଣରେ ବେଆଇନ କଫ ସିରଫ ଜବତ ହୋଇଛି । ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡିସିନ ଫାର୍ମ ଉପରେ ଏହି ଚଢାଉ ହୋଇଥିଲା । ବେଆଇନ ଔଷଧ କିଣିବା , ବିକ୍ରି ଓ ଗଛିତ ଥିବା ଅଭିଯୋଗରେ ଶଙ୍ଖତା୍ରାସ ଅଞ୍ଚଳରେ କ୍ରିଷ୍ଣା ମେଡିସିନ ଫାର୍ମର ମାଲିକ ଜୟରାମ ସାହୁ ଓ ସହେଯାଗୀ ପ୍ରଫୁଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଲାଇସେନ୍ସ ପ୍ରାପ୍ତ ମେଡିସିନ ଫାର୍ମକୁ ସିଲ କରାଯାଇଛି ବେଆଇନ ଔାଷଧ ସାମଗ୍ରୀ ଓ କଫ ସିରାପ ବିକ୍ରି ଅଭିଯୋଗ ପାଇ ଅବକାରୀ ବିଭାଗ ପକ୍ଷରୁ ପୂର୍ୱରୁ ଖୋଳତାଡ ଚାଲିଥିଲା ।