15.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଯମୁନା ନଦୀରେ ବୁଡ଼ ମାରି ଅସୁସ୍ଥ: ବିଜେପି ନେତା

ଯମୁନା ନଦୀରେ ବୁଡ଼ ମାରି ଅସୁସ୍ଥ: ବିଜେପି ନେତା

ଲକ୍ଷ୍ନୌ: ଯମୁନା ନଦୀରେ ବୁଡ଼ ମାରିବା ପରେ ବିଗିଡ଼ିଗଲା ଭାରତୀୟ ଜନତା ପାର୍ଟି (ବିଜେପି)ର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବାଙ୍କ ସ୍ବାସ୍ଥ୍ୟାବସ୍ଥା। ସେଠାରେ ବୁଡ଼ ପକାଇବା ପରେ ତାଙ୍କୁ ନିଶ୍ବାସ ନେବାରେ ସମସ୍ୟା ହେବା ସହ ଶରୀର କୁଣ୍ଡେଇ ହେଉଛି। ଯାହାପରେ ତାଙ୍କୁ ଆର୍‌ଏମ୍‌ଏଲ୍‌ ନର୍ସିଂ ହୋମ୍‌ରେ ଭର୍ତ୍ତି କରାଯାଇଛି। ସଚଦେବାଙ୍କ କହିବା କଥା ହେଉଛି ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିବା ବା କୁଣ୍ଡେଇ ହେବାର କୌଣସି ପୁରୁଣା ରେକର୍ଡ ତାଙ୍କର ନାହିଁ। ଯମୁନାରେ ଗାଧୋଇବା ପରେ ହିଁ ସେ ଏପରି ଅନୁଭବ କରିଥି‌ଲେ। ଗତ ୨୪ ତାରିଖରେ ସେ ଦିଲ୍ଲୀର ଅତ୍ୟଧିକ ପ୍ରଦୂଷିତ ଯମୁନା ପାଣିରେ ଗାଧୋଇଥିଲେ। ସେ ଏହି ସମସ୍ୟାର ସମ୍ମୁଖୀନ ହେବା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ଅଭିଯୋଗ ଆଣି ସେ ୨୦୨୫ ସୁଦ୍ଧା ଯମୁନା ପାଣିକୁ ସ୍ବଚ୍ଛ କରିବାର ‌ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି। ଦିଲ୍ଲୀ ବିଜେପି ଏକ ବୟାନରେ କହିଛି ଯେ ବୁଡ଼ ମାରିବା ପରେ ସଚଦେବାଙ୍କ ତ୍ବଚା ବଦଳି ଯାଇଥିଲା ଓ ସଙ୍ଗେସଙ୍ଗେ କୁଣ୍ଡେଇ ହେବା ଆରମ୍ଭ ହୋଇ ଯାଇଥିଲା। ସେ ଅଣନିଶ୍ବାସୀ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking