22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆଇଆଇଟି ବାବା ଗିରଫ, ଆତ୍ମହତ୍ୟା ଧମକ ଦେଇଥିଲେ

ଆଇଆଇଟି ବାବା ଗିରଫ, ଆତ୍ମହତ୍ୟା ଧମକ ଦେଇଥିଲେ

ଜୟପୁର: ପ୍ରୟାଗରାଜ ମହାକୁମ୍ଭ ସମୟରେ ସୋସିଆଲ ମିଡିଆରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧି ଲାଭ କରିଥିବା ଅଭୟ ସିଂହଙ୍କୁ ଜୟପୁରରେ ପୁଲିସ ଅଟକ ରଖିଛି। ଅଭୟ ସିଂହ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ। ଯାହା ପରେ ଶିପ୍ରା ପଥ ପୁଲିସ, ରିଦ୍ଧି ସିଦ୍ଧି ପାର୍କରେ ଥିବା କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଛି। ତେବେ ତାଙ୍କୁ ଯେତେବେଳେ ଗିରଫ କରାଗଲା ସେତେବେଳେ ତାଙ୍କ ଠାରୁ କିଛି ପରିମାଣର ଗଞ୍ଜେଇ ଉଦ୍ଧାର କରାଯାଇଛି।

ଗଞ୍ଜେଇ ମିଳିବା ପରେ ତାଙ୍କ ବିରୋଧରେ ଏନ୍‌ଡିପିଏସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ପୁଲିସ ଆଇଆଇଟି ବାବାଙ୍କୁ ପଚରାଉଚରା କରୁଛି। ଫେବ୍ରୁଆରି ୨୮ ତାରିଖରେ ନୋଏଡାରେ ଏକ ଘରୋଇ ଚ୍ୟାନେଲର ସମ୍ବାଦ ବିତର୍କ କାର୍ଯ୍ୟକ୍ରମରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ବାବା ଅଭୟ ସିଂହ ଅଭିଯୋଗ କରିଥିଲେ। ଏହାର କିଛି ଦିନ ପରେ ଏହି ଘଟଣା ଘଟିଛି। ସେ ଅଭିଯୋଗ କରିଥିଲେ ଯେ କିଛି ଗେରୁଆ ପୋଷାକ ପିନ୍ଧିଥିବା ଲୋକ ସମ୍ବାଦଗୃହକୁ ଆସି ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କୁ ବାଡ଼ିରେ ପିଟିଥିଲେ। ‘ଆଇଆଇଟି ବାବା’ ସେକ୍ଟର ୧୨୬ରେ ଥିବା ପୁଲିସ ଆଉଟପୋଷ୍ଟ ବାହାରେ ନ୍ୟାୟ ଦାବି କରି ବସିରହିଥିଲେ। କିନ୍ତୁ ପରେ ପୁଲିସ ତାଙ୍କୁ ବୁଝାଇବାରୁ ସେ ପ୍ରତିବାଦ ପ୍ରତ୍ୟାହାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking