ପୁରୀ: ମହିଳା କନେଷ୍ଟେବଲଙ୍କୁ ରାତି ଅଧରେ ଆଇଆଇସି ପ୍ରେମ ନିବେଦନ କରିବା ଘଟଣା ସାମ୍ନାକୁ ଆସିଛି । ମହିଳା କନଷ୍ଟେବଲ ଏବଂ ଆଇଆଇସି ଉଭୟ ପୁରୀ ରାମଚଣ୍ଡୀ ଥାନାରେ ଚାକିରି କରନ୍ତି । ଏ ନେଇ ସମ୍ପୃକ୍ତା ମହିଳା କନଷ୍ଟେବଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ସୁରେଶ ଚନ୍ଦ୍ର ପୃଷ୍ଟି ଥାନାରେ ମହିଳା କନଷ୍ଟେବଲଙ୍କ ଘରକୁ ଯାଇ ତାଙ୍କୁ ପ୍ରେମ ନିବେଦନ କରିଛନ୍ତି । ବୁଧବାର ଦିନ ବିଳମ୍ବିତ ରାତିରେ ସୁରେଶ କନଷ୍ଟେବଲଙ୍କ ଘରେ ପହଞ୍ଚିଥିଲେ । ଘରପଛପଟ କବାଟ ବାଡ଼େଇ ତାଙ୍କୁ ଡାକିଥିଲେ । କନଷ୍ଟେବଲ ଜଣକ ଭୟରେ କବାଟ ଖୋଲି ନ ଥିଲେ । ହେଲେ ଆଇଆଇସି ବାହାର ପାଖରେ ରହି ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ । ଏହାସହ ତାଙ୍କୁ ନିରାଶ ନ କରିବା ପାଇଁ ମଧ୍ୟ କହିଥିଲେ । ମହିଳା କନଷ୍ଟେବଲ ଏ ସମ୍ପର୍କରେ ଡ୍ୟୁଟିରତ ସହଯୋଗୀ ବିଦ୍ୟାଧର ଟୁଡୁଙ୍କୁ ଏ ସମ୍ପର୍କରେ ଜଣାଇଥିବା କହିଛନ୍ତି । ଏ ସମ୍ପର୍କରେ ପୀଡ଼ିତା ପୁରୀ ଏସପି, ନିମାପଡ଼ା ଏସଡିପିଓଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି । ପୁରୀ ଜିଲ୍ଲା ହାବିଲଦାର ସିପାହୀ କନଷ୍ଟେବଲ ମହାସଂଘ ସଭାପତି ସନ୍ତୋଷ ମହାନ୍ତି ଏ ସମ୍ପର୍କରେ ଅବଗତ ଅଛନ୍ତି । ଅନ୍ୟପଟେ ଅଭିଯୋଗ ଫେରାଇ ନେବା ଲାଗି ମହିଳାଙ୍କ ଉପରେ ଚାପ ପକାଯାଉଥିବା ଜଣାପଡ଼ିଛି ।