ନୂଆଦିଲ୍ଲୀ : ଦିଲ୍ଲୀର ଚାଣକ୍ୟପୁରୀରେ ଶୁକ୍ରବାର ସକାଳେ ଜଣେ ବରିଷ୍ଠ ଭାରତୀୟ ବୈଦେଶିକ ସେବା ଅଧିକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଧିକାରୀ ଜଣକ ଜିତେନ୍ଦ୍ର ରାୱତ ବୋଲି ଚିହ୍ନଟ କରାଯାଇଛି । ରାୱତ କିଛି ଦିନ ଧରି ଡିପ୍ରେସନରେ ପୀଡିତ ଥିଲେ ଏବଂ ଚିକିତ୍ସାଧୀନ ଥିଲେ, ସେ ସକାଳ ପ୍ରାୟ ୬ଟା ସମୟରେ ବୈଦେଶିକ ମନ୍ତ୍ରଣାଳୟ ଆବାସିକ ସମାଜରେ ଥିବା ତାଙ୍କ ଆବାସିକ କୋଠାର ଟେରାସରୁ ଡେଇଁ ପଡ଼ିଥିଲେ । ସେ ତାଙ୍କ ମାଆଙ୍କ ସହିତ କୋଠାର ପ୍ରଥମ ମହଲାରେ ରହୁଥିଲେ । ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ଡେରାଡୁନରେ ରୁହନ୍ତି । ଦିଲ୍ଲୀ ପୋଲିସର ଏକ ସୂତ୍ର ଅନୁଯାୟୀ, ରାୱତ ଗତ କିଛି ଦିନ ଧରି ଚିନ୍ତିତ ଥିଲେ। ତାଙ୍କ ରୁମ ରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର ତଦନ୍ତ କରାଯାଉଛି । ପରିବେଶ ଶୋକାକୁଳ ଦେଖାଦେଇଛି ।ମନ୍ତ୍ରଣାଳୟ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବ ବୋଲି ସୂଚନା ମିଳୁଛି ।









