24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଜ୍ୟାକପଟରେ ଜିତିଲେ ୩ ଲକ୍ଷ , ହେଲେ ମିଳିଲା ହଜାରେ

ଜ୍ୟାକପଟରେ ଜିତିଲେ ୩ ଲକ୍ଷ , ହେଲେ ମିଳିଲା ହଜାରେ

ବେଙ୍ଗାଲୁରୁ : ଜଣେ ଯୁବକ କ୍ରେଡରେ ଜ୍ୟାକପଟ ଜିତିବା ପରେ ଠକାମିର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ଯୁବକଙ୍କୁ ଜ୍ୟାକେପଟ ଭାବେ ୩.୨୫ଲକ୍ଷ ଟଙ୍କାର ମାକବୁକ୍, ଆଇପ୍ୟାଡ୍, ଏୟାରପୋଡ୍ସ ମ୍ୟାକ୍ସ ଏବଂ ଟୁମି ବ୍ୟାଗ ଦିଆଯିବ ବୋଲି କୁହାଯାଇଥିଲା। ‌ହେଲେ ଶେଷରେ ତାଙ୍କ ହାତକୁ ଆସିଥିଲା ମାତ୍ର ହାଜାରେ ଟଙ୍କା। ନିଜ ସହ ଘଟିଥିବା ଏହି ଘଟଣା ବିଷୟରେ ପୀଡ଼ିତ ଅବିରାଲ ସଙ୍ଗଲ ଏକ୍ସରେ ପୋଷ୍ଟ କରି ଜଣାଇବା ପରେ ଏବେ ଏହା ସାମ୍ନାକୁ ଆସିଛି। ତାଙ୍କ ଏକ୍ସ ପୋଷ୍ଟଟି ଏବେ ଭାଇରାଲ ହେବାରେ ଲାଗିଛି।
“ଯଦିଓ ମୁଁ ସାଧାରଣତଃ କ୍ରେଡ ଜ୍ୟାକପଟ୍ ଉପରେ ବିଶ୍ବାସ କରେ ନାହିଁ, କିନ୍ତୁ ଗତକାଲି ମୁଁ କିଛି ଟଙ୍କା ମିଳିବାର ଆଶା ନକରି ଫ୍ରାଇଡେ ଜ୍ୟାକପଟ୍ ଖେଳିଥିଲି । କିନ୍ତୁ ଏମିତି ଖେଳୁ ଖେଳୁ ମୁଁ ଜ୍ୟାକପଟ୍ ଜିତିଯାଇଥିଲି ଏବଂ ୩.୨୫ଲକ୍ଷ ମୂଲ୍ୟର ଜିନିଷ ମୋତେ ମିଳିବ ବୋଲି ଜଣାଯାଇଥିଲା | ଏଥିରେ ଥିଲା ଏକ ମାକବୁକ୍, ଆଇପ୍ୟାଡ୍, ଏୟାରପୋଡସ୍ ମ୍ୟାକ୍ସ ଏବଂ ଏକ ଟୁମି ବ୍ୟାଗ୍।” ସେ ଆହୁରି ଲେଖିଛନ୍ତି, “ମୁଁ ଜିତିଥିବା ଜିନିଷ ଗ୍ରହଣ କରିବାକୁ ଫର୍ମ ପୂରଣ କରିଥିଲି ଏବଂ ସେମାନେ ଜ୍ୟାକପଟରେ ଟିଡିଏସ ଦେବା ପାଇଁ ମୋ ପ୍ୟାନ କାର୍ଡ ମାଗିଥିଲେ । କିନ୍ତୁ କିଛି ମିନିଟ୍ ପରେ ମୋତେ କ୍ରେଡ ଟିମ୍ କଲ୍ କରି କହିଥିଲେ କିଛି ବୈଷୟିକ ସମସ୍ୟା ହେତୁ ସେମାନଙ୍କୁ ଜ୍ୟାକପଟ୍ ବାତିଲ୍ କରିବାକୁ ପଡିବ ଏବଂ ସେମାନେ ମୁଦ୍ରାଗୁଡ଼ିକୁ ଫେରସ୍ତ କରି ହଜାରେ ଟଙ୍କା କ୍ୟାସବ୍ୟାକ୍ ଦେବେ । ହେଲେ ମୁଁ ତାଙ୍କର ଏହି ଅଫରକୁ ଗ୍ରହଣ କରିବାକୁ ମନା କରିଦେଲି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking