ନୂଆଦିଲ୍ଲୀ : ମହାକୁମ୍ଭରେ ଆସିଥିବା ୪ ଅଘୋରୀ ମାତା ଯେଉଁମାନେ ତାଙ୍କର ସୁନ୍ଦରତାରେ ସମସ୍ତଙ୍କ ମନକୁ ମୋହିତ କରିଛନ୍ତି । ଏହି ଅଘୋରୀ ମାତା ମାନେ ଏତେ ସୁନ୍ଦର ଯେ ବଲିଉଡ ଅଭିନେତାମାନେ ବିବାହ କରିବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା ଏହି ୪ ଜଣ ଅଘୋରୀ ମାତାଙ୍କ ବିଷୟରେ ।
୧ ଚଞ୍ଚଲନାଥ ଅଘୋରୀ – ଚଞ୍ଚଲନାଥ ଅଘୋରୀ ଏହି ମାତାଙ୍କ ନାଁକୁ ଶୁଣିବା ମାତ୍ରେ ମନରେ ରହସ୍ୟର ଶକ୍ତି ଏବଂ ଚମତ୍କାରର ପ୍ରତିଛବି ଜାଗ୍ରତ ହେଉଛି । ଏହି ଅଘୋରୀ ମାଙ୍କର ଏକ ଗୁଣ ରହିଛି ଶୁଣିଲେ ଆପଣ ତାଜୁବ ହୋଇଯିବେ । ବିନା ଦିଆସିଲିରେ ହୋମ, ଯଜ୍ଞରେ ନିଆଁ ଲଗାଇଦିଅନ୍ତି ଚଞ୍ଚଲନାଥ । ଲୋକମାନେ ଏହି ମାଙ୍କ ସେବା କରିବା ସହିତ ସାଧନା ମଧ୍ୟ କରନ୍ତି । ୭ ବର୍ଷ ବୟସରେ ମା ଘର ଛାଡି ଚାଲି ଆସି ମା କାଳୀଙ୍କର ମନ୍ଦିରରେ ସ୍ଥାୟୀ ଭାବେ ରହିଲେ । ତାଙ୍କର ପୂରା ଜୀବନ ମା କାଳୀଙ୍କ ସେବା , ଏବଂ ଆରଧାନା କରିବାରେ ଲିପ୍ତ ଥିଲା । ଏହା ମଧ୍ୟ କୁହାଯାଉଛି ଯେ ଏହି ଅଘୋରୀ ମା ଙ୍କର ଆଶୀର୍ୱାଦ ଲୋକଙ୍କ ଭାଗ୍ୟକୁ ବଦଳାଇଦିଏ । ତାଙ୍କ ଚେହେରାରେ ମା କାଳୀଙ୍କ ଦିବ୍ୟ ଶକ୍ରିର ଆଭାର ଝଲସୁଛି । ଯାହାକି ତାଙ୍କ ଶକ୍ତି ବଳରେ ଲୋକଙ୍କୁ ଆକର୍ଷିତ କରିଥାଏ । ତାଙ୍କ ଉପାସନା ଏତେ କଠୋର ଏବଂ ରହସ୍ୟମୟ ଯେ ଲୋକମାନେ ତାଙ୍କ ସାଧନାକୁ ଜୀବନ୍ତ ଭାବୁଛନ୍ତି ।
୨ . ହର୍ଷା ରିଚ୍ଛରିୟା ଏହି ଅଘୋରୀ ମା ପ୍ରଥମେ ମୋଡେଲ ଥିଲେ । ଏଡଭଟାଇଜ ମେଣ୍ଟ ଏବଂ ଏକ୍ଟିଂ କରି ଟଙ୍କା ଅର୍ଜନ କରୁଥିଲେ । ହେଲେ ଏହି ସ୍ୱାର୍ଥପର ଦୁନିଆରେ ଧୋକ୍କା ଖାଇ ସାଧୁ ହୋଇଥିଲେ । ହର୍ଷା ମା ଏତେ ସୁନ୍ଦର ଦେଖିବାକୁ ଯେ ଲୋକେମାନେ ଟାଣି ହୋଇ ତାଙ୍କୁ ଦେଖିବା ପାଇଁ ଚାଲି ଆସନ୍ତି । ମହାମଣ୍ଡଳେଶ୍ୱର ମାଙ୍କର ଗୁରୁ । ପୁରା ଜୀବନ ମହାଦେବଙ୍କର ଭକ୍ତି ପାଇଁ ସମର୍ପିତ କରିଦେଇଛନ୍ତି । ମାଙ୍କର ଗଭୀର ସାଧନା ମହାକୁମ୍ଭରେ ଲୋକପ୍ରିୟ କରିଦେଲା । ମାଙ୍କର ଆଖିରେ ଥିବା ଖୁସି ଏବଂ ଶାନ୍ତି କୁ ଦେଖିଲା ପରେ ଲୋକମାନେ ନିଜର ଦୁଖ ଭୁଲିଯାଉଥିଲେ ।
୩ ଧନେଶ୍ୱରୀ ଯିଏକି ଆରମ୍ଭରୁ ରୁଷ ରେ ରହୁଥିଲେ । ଭାରତ ଆସି ମହାକୁମ୍ଭରେ ତାଙ୍କ ସାଧନା ଏବଂ ଭକ୍ତି ସମସ୍ତଙ୍କୁ ଆକର୍ଷିତ କରୁଛି । ସେ ତାଙ୍କର ସାଂସାରିକ ଜୀବନକୁ ସମ୍ପୁଣ୍ଣ ତ୍ୟାଗ କରି ଇଶ୍ୱରଙ୍କୁ ଭକ୍ତି କରିବା ପାଇଁ ରାସ୍ତା ବାଛିଥିଲେ । ମା ଙ୍କ ମୁଖମଣ୍ଡଳରେ ଥିବା ଅବ୍ଭୁତ ଶାନ୍ତି , ଏବଂ ସାଧନାର ସ୍ୱଭାବ ସମସ୍ତଙ୍କୁ ଟାଣି ଆଣୁଥିଲା । ଭକ୍ତି ଏବଂ ସାଧନାର ସୀମା ନାହିଁ ଏହା ମାନୁଛନ୍ତି ମା ଧନେଶ୍ୱରରୀ ।
୪ ହେମଲତା ଅଘୋରୀ – ହେମଲତା ଅଘୋରୀ ୧୫ ବର୍ଷ ବୟସରେ ଘର ଛାଡି ସାଧନାର ପଥ ବାଛିଥିଲେ । ତାଙ୍କ ସ୍ୱାଭାବ ସମ୍ପୁଣ୍ଣ ଶାନ୍ତ , କୋମଶ ଅଟେ । କିନ୍ତୁ ତାଙ୍କ ଚେହେରାରେ ଏପରି ଶକ୍ତି ରହିଛି ଯାହାକି ସସସ୍ତଙ୍କୁ ନିଜ ଆଡକୁ ଆକର୍ଶିତ କରୁଛି । ଲୋକମାନେ ମାଙ୍କୁ ଦେବୀ ଲକ୍ଷ୍ମୀ ମା ରୁପେ ଦେଖୁଛନ୍ତି । ତାଙ୍କର ତପସ୍ୟା ,ଭକ୍ତି ତାଙ୍କୁ ସବୁଠି ପରିଚୟ ଦେଇଛି । ମହାକୁମ୍ଭରେ ମାଙ୍କର ଉପସ୍ଥିତି ଭକ୍ତଙ୍କ ପାଇଁ ଏକ କେନ୍ଦ୍ରବିନ୍ଦୁ ପାଲଟିଛି । ମାଙ୍କର ଟିକେ ଝଲକ ପାଇଁ ଦୂର ଦୂରାନ୍ତରରୁ ଦେଖିବାକୁ ଆସନ୍ତି ।