ଭୁବନେଶ୍ୱର: ଫ୍ୟାଟି ଲିଭର ପାଇଁ ସମାଧାନ । ଏଭଳି କିଛି ଫଳ ରହିଛି ଯାହାକୁ ଖାଇବା ଦ୍ୱାରା ଫ୍ୟାଟି ଲିଭର ସମସ୍ୟାରୁ ମୁକ୍ତି ପାଇପାରିବେ । କିଛି ଫଳରେ ଆଣ୍ଟି ଅକ୍ସିଡାଣ୍ଟ , ଭିଟାମିନ , ଫାଇବର ଭରପୁର ମାତ୍ରାରେ ରହିଥାଏ । ଆଭୋକାଡୋ- ସୁସ୍ଥ ଚର୍ୱିରେ ଭରପୁର ଯକୃତରେ କାଯ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ । ବେରି- ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଏହା ପ୍ରଦାହକୁ କମାଇଥାଏ ।ସେହିପରି ସେଓରେ ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ରହିଥାଏ । ସେଓ ଯକୃତକୁ ସଫା କରିବାରେ, ଚର୍ୱି ଜମା କରିବାରେ ସାହାଯ୍ୟ କରେ । ଅଙ୍ଗୁର ଚର୍ୱି ସଂରକ୍ଷଣକୁ ହ୍ରାସ କରେ । ଏନଜାଇମର କାଯ୍ୟକୁ ଉନ୍ନତ କରେ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ଥାଏ । କମଳା ଯକୃତକୁ ସଫା ରଖିବାରେ ସାହାଯ୍ୟକରେ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । କଦଳୀ ଯକୃତ ରେ ହେଉଥିବା କ୍ଷତିକୁ ରୋକିବାରେ ସାହାଯ୍ୟ କରେ ।