ଭୁବନେଶ୍ୱର : ଦୈନନ୍ଦିନ ଜୀବନୀରେ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ । ଖଜୁରରେ ବହୁତ ପରିମାଣରେ ଫାଇବର ସହିତ ମିନେରାଲସ ଏବଂ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ । ଖଜୁର ଶରୀରକୁ ଗରମ ରଖେ ା ଏଥିରେ ଫାଇବର , ଆଇରନ , କ୍ୟାଲସିୟମ ରହିଥାଏ । ଶୀତଦିନେ ଖଜୁର ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରରେ ଉଷ୍ମତା ସୃଷ୍ଟି କରିଥାଏ । ଯାହା ଶକ୍ତି ଯୋଗାଇଥାଏ । ହାଡକୁ ମଜଭୁତ ରଖିଥାଏ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଖଜୁରରେ ଅଧିକ ପରିମାଣରେ ପ୍ରୋଟିନ ଥାଏ । ଖାଲି ପେଟରେ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଏସିଡିଟିରୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ୱାରା କୋଲେଷ୍ଟ୍ରେଲ ସ୍ତର ଏବଂ ଉଚ୍ଚ ରକ୍ତଚାପ ସ୍ତର କମିଯାଏ । ଯାହା ଆର୍ଥାଇଟିସ ରୋଗୀଙ୍କ ପାଇଁ ଭଲ ବିକଳ୍ପ । ଶରୀରରେ ରକ୍ତ ବଢିଥାଏ । ଯେଉଁମାନଙ୍କ ଶରୀରରେ କମ ହିମୋଗ୍ଲାବିନ ଦେଖାଯାଏ । ରକ୍ତରେ ହିନୋଗ୍ଲୋବିନ ସ୍ତରରେ ଉନ୍ନତି ସହିତ ଏହା ଶକ୍ତିକୁ ବଢାଇଥାଏ ।