ଭୁବନେଶ୍ୱର : ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଜରୁରୀ । ସୁସ୍ଥ ଜୀବନ ପାଇଁ ନିଦ୍ରା ନିହାତି ଆବଶ୍ୟକ । ସମସ୍ତେ ଏ ବିଷୟରେ ଅବଗତ ଥିଲେ ମଧ୍ୟ ବ୍ୟସ୍ତବହୁଳ ଜୀବନରେ ଯେତିକି ସମୟ ଶୋଇବା ଜରୁରୀ ତାହା ମଧ୍ୟ ହୋଇପାରୁ ନାହିଁ । ଯାହା ଫଳରେ ମନୁଷ୍ୟ ନାନା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ, ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୬ରୁ୭ ଘଣ୍ଟା ଶୋଇବା ଉଚିତ୍, ଯାହା ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଯଦି ଦିନ ରାତି ୨୪ ଘଣ୍ଟା ସୁଅନ୍ତି ତେବେ ମନୁଷ୍ୟ ଅଳସୁଆ ମଧ୍ୟ ହୋଇୟାଇଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ମାନେ ଶୋଇବାର କିଛି ସମୟ ଅଛି ।
କେଉଁ ବୟସରେ କେତେ ସମୟ ଶୋଇବା ଜରୁରୀ ପଢନ୍ତୁ …
ନ୍ୟାସନାଲ ସ୍ଲିପି ଫାଉଣ୍ଡେସନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୬୫ ବର୍ଷରୁ ଅଧିକ ବୟସ୍କ ମାନେ ପ୍ରାୟ ୭-୮ ଘଣ୍ଟା ଶୋଇବା ଉଚିତ୍ । ସେମାନେ ୫ ରୁ ୬ ଘଣ୍ଟା ମଧ୍ୟ ଶୋଇପାରିବେ । ଦୁଇଟି ପର୍ଯ୍ୟାୟରେ ଅର୍ଥାତ ଦିନ ଓ ରାତି ସମୟ ଭାଗ ଭାଗ କରି ଶୋଇବା ସମ୍ପୂର୍ଣ୍ଣ କରିପାରିବେ । ଦିନରେ ୨ ଘଣ୍ଟା ଓ ରାତିରେ ୪ରୁ ୫ ଘଣ୍ଟା ଶୋଇପାରିବେ । ସେହିପରି ୧୮ରୁ ୬୫ ବର୍ଷ ବୟସ୍କ ମାନେ ପ୍ରାୟ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ । ଏକ ତିନି ମାସର ଶିଶୁ ୧୪ରୁ ୧୭ ଘଣ୍ଟା ଶୋଇବା ଆବଶ୍ୟକ । ୧୧ଘଣ୍ଟାରୁ କମ କିମ୍ବା ୧୯ ଘଣ୍ଟାରୁ ଅଦିକ ଶୋଇବା ଅନାବଶ୍ୟକ । ସେହିପରି ୪ରୁ ୧୧ ମାସରକୁ ଶିଶୁ ୧୨ରୁ ୧୫ ଘଣ୍ଟା ଶୋଇବା ଜୁରୁରୀ । ଏକ ବର୍ଷରୁ ୨ ବର୍ଷର ଶିଶୁ ୧୧ରୁ ୧୪ ଘଣ୍ଟା ଶୋଇବା ଆବଶ୍ୟକ । ୩ରୁ ୫ ବର୍ଷର ଶିଶୁ ୧୦ରୁ ୧୩ ଘଣ୍ଟା, ୬ରୁ ୧୩ ବର୍ଷର ପିଲା ୯ରୁ ୧୧ ଘଣ୍ଟା, ୧୪ରୁ ୧୭ ବର୍ଷର ପିଲା ମାନେ ୮ରୁ ୧୦ ଘଣ୍ଟା ଶୋଇବା ଜୁରୁରୀ । ୧୮ ବର୍ଷରୁ ୨୫ ବର୍ଷ ବୟସ୍କା ମାନେ ୭ରୁ ୯ ଘଣ୍ଟା ଶୋଇବା ଆବଶ୍ୟକ । ୨୬ରୁ ୬୪ ବୟସ୍କ ୭ରୁ ୯ ଘଣ୍ଟା ଶୋଇବା ଆବଶ୍ୟକ ।