ଭୁବନେଶ୍ୱର : ଭୁସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇନଥାଏ । ଶରୀରକୁ ଅନେକ ଲାଭ ଯୋଗାଇଥାଏ । ଏହାର ସୁଗନ୍ଧ ଅତି ଭିନ୍ନ । ଏହି ପତ୍ରକୁ ଅଧିକ ଦିନ ଯାଏଁ ରଖିବାକୁ ଚାହିଁଲେ ମଧ୍ୟ ରଖିପାରିବେ । ଏଥିରେ ମ୍ୟାଗ୍ନେସିୟମ , କ୍ୟାଲସିୟମ , ଫସଫରସ , ଆଇରନ , ଭିଟାମିନ ପରି ଗୁଣ ମିଳିଥାଏ । ଏହି ପତ୍ର ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ କୋଲେଷ୍ଟ୍ରଲ ହ୍ରାସ ଗୁଣ କମିଥାଏ । ସକାଳେ ଖାଲି ପେଟରେ ଏହି ଭୁସଙ୍ଗ ପତ୍ରକୁ ଖାଇପାରିବେ । ଏହି ପତ୍ରରେ ହେପାଟୋପ୍ରୋଟେକ୍ଟିଭ ଗୁଣ ରହିଛି ଯାହା କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହି ପତ୍ରର ପାଣି ପିଇବା ଦ୍ୱାରା ଡାଇବେଟିସ ରୋଗୀଙ୍କ ପାଇଁ ଅଧିକ ଲାଭ ମିଳିଥାଏ ା