21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୨୦ ମିନିଟ୍ ବିଳମ୍ବ ହୋଇଥିଲେ ଆମକୁ ବିରୋଧୀ ହତ୍ୟା କରିଥାନ୍ତେ : ଶେଖ୍ ହସିନା

୨୦ ମିନିଟ୍ ବିଳମ୍ବ ହୋଇଥିଲେ ଆମକୁ ବିରୋଧୀ ହତ୍ୟା କରିଥାନ୍ତେ : ଶେଖ୍ ହସିନା

ଢ଼ାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଦେଶ ଛାଡ଼ି ନ ଥିଲେ ୨୦ ମିନିଟ ମଧ୍ୟରେ ତାଙ୍କୁ ଏବଂ ତାଙ୍କ ଭଉଣୀ ରେହାନାଙ୍କୁ ବିରୋଧୀମାନେ ହତ୍ୟା କରିଥାଆନ୍ତେ। ଏଥିପାଇଁ ସମସ୍ତ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ହସିନା କହିଛନ୍ତି। ନିଜ ରାଜନୈତିକ ଦଳ ବାଂଲାଦେଶ ଆୱାମୀ ଲିଗ୍‌ର ଫେସବୁକ ପେଜ୍‌ରେ ହସିନା ଏ ନେଇ ଏକ ଅଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି। ପ୍ରକାଶ, ବାଂଲାଦେଶରେ ସୃଷ୍ଟି ହୋଇଥିବା ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ବିରୋଧୀମାନେ ଏହାକୁ ଅସ୍ତ୍ର କରି ହସିନାଙ୍କୁ କ୍ଷମତାଚ୍ୟୁତ କରିବାକୁ ଯୋଜନା କରିଥିଲେ।

ଏପରି କି ହସିନାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ମଧ୍ୟ କରାଯାଇଥିଲା। ହେଲେ ଏହା ପୂର୍ବରୁ ହସିନା ଏବଂ ତାଙ୍କ ଭଉଣୀ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ଏହି ହିଂସାରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ବାଂଲାଦେଶ ଛାଡିବାର ପ୍ରାୟ ୫ ମାସ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଏକ ଅଡିଓ ସାମ୍ନାକୁ ଆସିଛି। ତେବେ ହସିନାଙ୍କ ଏପ୍ରକାର ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ସରକାର ତାଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ରୁଜୁ କରାଇଛନ୍ତି। ଏଥିସହ ଭାରତ ଉପରେ ତାଙ୍କ ପ୍ରତ୍ୟପ୍ରଣ ଭାବେ ୟୁନୁସ ସରକାର ବାରମ୍ବାର ଚାପ ପକାଇଆସୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking