22.1 C
Bhubaneswar
Friday, January 16, 2026
Homeଓଡିଶାଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ : ଜଷ୍ଟିସ ବିଶ୍ୱନାଥ ରଥ

ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ : ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ : କେବେ ରତ୍ନଭଣ୍ଡାର ଖୋଲାଯିବ ତାହା ଆସନ୍ତା ୯ ତାରିଖ ଦିନ ନିଷ୍ପତ୍ତି ନିଆଯିବ । ଆଜି ଅନୁଷ୍ଠିିତ ରତ୍ନଭଣ୍ଡାର କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ବୈଠକରେ ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାନ କରିବେ ।ଚାବି ଉପସ୍ଥାନ ହେଲା ପରେ ରତ୍ନଭଣ୍ଡାର କେବେ ଖୋଲାଯିବ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ । ତେବେ ଡୁପ୍ଲିକେଟ ଚାବିରେ ଯଦି ନଖୋଲେ ତେବେ ତାଲା ଭଙ୍ଗାଯିବ । ବହୁ ଦଶନ୍ଧି ଧରି ଉକ୍ତ ତାଲା ଖୋଲାଯାଇନାହିଁ । ଡୁପ୍ଲିକେଟ ଚାବିରେ ଯଦି ନଖୋଲେ ତେବେ ତାଲା ଭଙ୍ଗାଯିବ । ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି ।ଏଥିସହ ତାଲା କିଭଳି ଭଙ୍ଗାଯିବ ସେନେଇ ଏସଓପି ପ୍ରସ୍ତୁତ ହେବ । ପ୍ରସ୍ତୁତ ଏସଓପି ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ନୀତି କାନ୍ତି ପ୍ରଥମ, ଶ୍ରଦ୍ଧାଳୁଙ୍କ ଦର୍ଶନ ଦ୍ୱିତୀୟ, ଏହାକୁ ଗୁରୁତ୍ୱ ଦିଆଯିବ । କେବଳ ଗମତିମଣତି ନୁହେଁ,ରତ୍ନଭଣ୍ଡାର ମରାମତି ମଧ୍ୟ ଜରୁରୀ କହିଲେ । ସେଇଠି ଗହଣା ରଖି ମରାମତି କରାଯାଇପାରିବନି, ସିଫ୍ଟ ଆବଶ୍ୟକ । କେଉଁଠିକୁ ସିଫ୍ଟ ହେବ, କେମିତି ରହିବ ତାହା ପରିଚାଳନା କମିଟି ନିଷ୍ପତ୍ତି ନେବ । ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ୍ କମିଟି ହେବ । ତେବେ ପୂର୍ବଥର ୭୦ ଦିନରୁ ଅଧିକ ଲାଗିଥିଲା, ଏଥର ଶୀଘ୍ର ସରିବ ବୋଲି ଆଶା କରାଯାଉଛି କହିଲେ । ଅନ୍ୟପକ୍ଷରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେରତ୍ନଭଣ୍ଡାର ଯାଞ୍ଚ କମିଟି ଏକ ସ୍ୱତନ୍ତ୍ର ବଡି। କେବେ ରତ୍ନଭଣ୍ଡାର ଖୋଲିବ, ମୋଡାଲିଟି କଣ ରହିବ ସେ ନିଷ୍ପତ୍ତି କମିଟି ନେବ। ସେମାନେ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ ସରକାର ତାହାକୁ ମାନିବେ। ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟଠାରେ ବସିଥିଲା ।  ପୂର୍ବତନ ଜଷ୍ଟିସ ବିଶ୍ୱର ନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ତେଣୁ କମିଟି ଯାହା ନିଷ୍ପତ୍ତି ନେବ ତାହା ସରକାରଙ୍କ ପାଇଁ ଗ୍ରହଣୀୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking