ଭୁବନେଶ୍ୱର: ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ଙ୍କ ରାଜ୍ୟ ସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି ଆନ୍ଦୋଳନ କୁ ସମର୍ଥନ ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ l ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ସରକାର ଙ୍କ ଦ୍ୱାରା ଶୋଷିତ ହେଉଛନ୍ତି l ଏହା ଗୋତି ପ୍ରଥା ସହିତ ସମାନ l ଏହି ପ୍ରଥାକୁ ତୁରନ୍ତ ଉଛେଦ କରି ସେମାନଙ୍କ ଚାକିରୀ କୁ ନିୟମିତ କରିବାକୁ ଦାବି କରିଛନ୍ତି l ସରକାର ଯଦି ମାନବିକତା ଦୃଷ୍ଟିରୁ ଏହା ନକରନ୍ତି ତେବେ ଆନ୍ଦୋଳନ କୁ ବ୍ୟାପକ କରିବାପାଇଁ ସେ ଆହ୍ୱାନ ଦେବା ସହିତ ଏହାକୁ କଂଗ୍ରେସ ପ୍ରତ୍ୟକ୍ଷ ଭାବରେ ଏହି ଆନ୍ଦୋଳନ କୁ ସମର୍ଥନ ଦେବ ବୋଲି ଶ୍ରୀ ଦାସ ଗୋଷଣା କରିଥିଲେ l ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କଡମ ଏଥିରେ ଯୋଗ ଦେଇ ଏହି ଆନ୍ଦୋଳନ କୁ ସମର୍ଥନ ଦେବା ସହିତ କର୍ମଚାରୀ ମାନଙ୍କ 3 ଦଫା ଦାବି ପୂରଣ ପାଇଁ ବିଧାନସଭା ରେ ଦାବି କରିବେ ବୋଲି ଘୋଷଣା ଜରିଥିଲେ l ଦଳର ମୁଖ୍ୟ ସଚେତକ ରାଜନ ଏକ୍କା, ବିଧାୟକ ସତ୍ୟନାରାୟଣ ଗମାଙ୍ଗ, କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନ ର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମଧ୍ୟ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l










