37.2 C
Bhubaneswar
Wednesday, March 26, 2025
Homeଦେଶ ବିଦେଶଆର୍ôଥକ ସ୍ଥିତି ସମାନ ଥିଲେ ମିଳିବନି ଭରଣପୋଷଣ

ଆର୍ôଥକ ସ୍ଥିତି ସମାନ ଥିଲେ ମିଳିବନି ଭରଣପୋଷଣ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କର ଆର୍ôଥକ ଓ ସାମାଜିକ ସ୍ଥିତି ସମାନ ଥିଲେ ପତ୍ନୀଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ । ଜଣେ ମହିଳାଙ୍କ ଆବେଦନ ଉପରେ ଶୁଣାଣିବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିଚାରପତି ଜଷ୍ଟିସ୍ ଅଭୟ ଏସ୍‌.ଓକା ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କର ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ରାୟରେ ଖଣ୍ଡପୀଠ କହିଥିଲେ, ଆବେଦନକାରୀ ଓ ତାଙ୍କର ସ୍ୱାମୀ ଉଭୟ ଗୋଟିଏ ପଦ(ସହାୟକ ପ୍ରଫେସର)ରେ କାର୍ଯ୍ୟରତ । ମହିଳାଜଣକ ଆତ୍ମନିର୍ଭର ହୋଇଥିବାରୁ ନିଜ ଆବଶ୍ୟକତା ପୂରଣ କରିବାରେ ସକ୍ଷମ । ନିଜ ଆୟରେ ସେ ଜୀବନନିର୍ବାହ କରିପାରିବେ । ତେଣୁ ତାଙ୍କ ସ୍ୱାମୀଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ । ଏପରିସ୍ଥଳେ ଏହି ଆବେଦନକୁ ଖାରଜ କରାଯାଉଛି । ମହିଳା ଜଣକର ନିଜସ୍ୱ ରୋଜଗାର ଥିଲେ ମଧ୍ୟ ବିବାହ ବିଚ୍ଛେଦ ପରେ ଭରଣପୋଷଣ ଲାଗି ଆବେଦନରେ ଦାବି କରିଥିଲେ। ସେଥିରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ଆୟ ମାସିକ ପ୍ରାୟ ୧ ଲକ୍ଷ ହୋଇଥିବାବେଳେ ସେ ୬୦ ହଜାର ଟଙ୍କା ପାଉଛନ୍ତି । ତେଣୁ ସ୍ୱାମୀ ତାଙ୍କୁ ଭରଣପୋଷଣ ପ୍ରଦାନ କରିବା ଉଚିତ୍ । ନିମ୍ନ ଅଦାଲତ ଓ ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କର ଦାବିକୁ ଖାରଜ କରିଦେବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking