ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପ୍ରେସମିଟ କରି କହିଛନ୍ତି, ଛାତ୍ରୀଙ୍କ ଅଭିଯୋଗ ପରେ ପ୍ରିନ୍ସପାଲଙ୍କ ସହ ତତକାଳ କଥା ହୋଇଥିଲି । ୭ ଦିନ ଭିତରେ ରିପୋର୍ଟ ଆସିବ କହିଥିଲେ ପ୍ରିନ୍ସପାଲ । ଘଟଣାରେ ଏସପିଙ୍କ ସହ ଏକାଧିକ ବାର କଥା ହୋଇଥିଲି । ପୁଣି ଅନୁସନ୍ଧାନ କରି ଛାତ୍ରୀଙ୍କୁ ଏତଲା ଦେବାକୁ କହିଥିଲି । ଛାତ୍ରୀ ଜଣକ ପୋଲିସରେ ଏତଲା ଦେଇନଥିଲେ । ମୁଁ ଚାପ ଦେଉଥିବା କଥା ବିରୋଧୀ ପ୍ରମାଣିତ କରନ୍ତୁ । ମୋ ନାଁରେ ଏଫଆଇଆର କରନ୍ତୁ, ସିବିଆଇ ତଦନ୍ତ କରାନ୍ତୁ । ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି ।










