ଭୁବନେଶ୍ୱର : ବିଜେଡିର ଦୁଇ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ଏବେ ପଦ୍ମଶିବିରରେ ଯୋଗଦେଇଛନ୍ତି । ତେବେ ଏମାନେ ବିଜେଡି ଛାଡ଼ିବା ପରେ ବିଜେଡିର କୌଣସି ପ୍ରଭାବ ପଡ଼ିବନି ବୋଲି କିଛି ବିଜେଡି ନେତା ଓ ନେତ୍ରୀ କହୁଥିବାବେବେଳ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ କିନ୍ତୁ ଅଲଗା କଥା କହିଛନ୍ତି । ସାଂସଦମାନେ ଦଳ ଛାଡ଼ିଲେ ବଡ଼ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।
ଅମର କହିଛନ୍ତି ଯେ କେହି ବ୍ୟକ୍ତିଗତଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ । କିନ୍ତୁ ସଂସଦକୁ ଯାଇଥିବା ବ୍ୟକ୍ତିବିଶେଷ ଦଳ ଛାଡ଼ିଲେ ନିଶ୍ଚିତ ପ୍ରଭାବ ପଡ଼ିବ । ଏବେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେନେଇ ତର୍ଜମା କରିବାର ଆବଶ୍ୟକତା ରହିଛି । ଆଗ ଧାଡ଼ିର ନେତା କାହିଁକି ଦଳ ଛାଡ଼ୁଛନ୍ତି ସେନେଇ ତାହାର ତର୍ଜମା କରିବା ଦରକାର ବୋଲି ଶ୍ରୀ ଶତପଥୀ କହିଛନ୍ତି ।