25.1 C
Bhubaneswar
Saturday, December 6, 2025
Homeଓଡିଶାସବୁ ଠିକ୍ ଥିଲେ ଆମେ ଜିତିବୁ: ପ୍ରମିଳା

ସବୁ ଠିକ୍ ଥିଲେ ଆମେ ଜିତିବୁ: ପ୍ରମିଳା

ନୂଆପଡା: ଦିନକ ପରେ ବାହାରିବ ନୂଆପଡା ଉପନିର୍ବାଚନ ଫଳାଫଳ । ବିଜୟ ନେଇ ଆରମ୍ଭ ହୋଇଗଲାଣି ବୟାନବାଜି । ନୂଆପଡା ଜିତିବାକୁ ଦମ୍ଭ ଦେଖାଇଲାଣି ବିଜେଡି । ନୂଆପଡା ଉପନିର୍ବାଚନ ରେଜଲ୍ଟକୁ ନେଇ ବିଜେଡିର ନୂଆ ଥିଓରି । ପ୍ରେସ୍‌ମିଟ୍ କରି ବିଜେପିକୁ ଟାର୍ଗେଟ୍ କଲେ ପ୍ରମିଳା ମଲ୍ଲିକ । ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ । ବିଜେପି ଯଦି ଜିତେ ତାହେଲେ ଇଭିଏମ୍ ଜାଲିଆତି ସ୍ପଷ୍ଟ ହେବ । ଯେଉଁଥିପାଇଁ ଆମେ ସିଇଓଙ୍କ ନିକଟରେ ଅଭିଯୋଗ କରିଛୁ । ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଆବଶ୍ୟକ ନଥାଇ ବି ଅନେକ ସ୍ଥାନରେ ଇଭିଏମ୍ ବଦଳାଯାଇଛି । ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଯେଉଁଥିପାଇଁ ସେମାନେ ୩୦ରୁ ୪୦ ହଜାର ଭୋଟ୍‌ରେ ଜିତିବୁ କହୁଛନ୍ତି । ଅନ୍ୟପଟେ ବିଜେଡି କହିଛି ଯେ ପରାଜୟ ବାହାନା ଦେଖାଇବାକୁ ପ୍ରାକ୍ଟିସ୍ କରୁଛି ବିଜେଡି । ରେକର୍ଡ ବ୍ୟବଧାନରେ ଜିତିବେ ଜୟ ଢୋଲକିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking