25.1 C
Bhubaneswar
Saturday, March 7, 2026
Homeଓଡିଶାଆଇଇଡି ବିସ୍ଫୋରଣ : ୨ ସୁରକ୍ଷାକର୍ମୀ ଆହତ

ଆଇଇଡି ବିସ୍ଫୋରଣ : ୨ ସୁରକ୍ଷାକର୍ମୀ ଆହତ

ମାଲକାନଗିରି  : ମାଲକାନଗିରି  ଜିଲ୍ଲା ସୀମାନ୍ତ  ଚତିଶଗଡ ବିଜାପୁର ଜିଲ୍ଲାର  କୁଟରୁ  ଅଞ୍ଚଳରେ  ପୁଣି ମାଓବାଦୀଙ୍କ ହିଂସାକାଣ୍ଡ ଘଟିଛି ।  ଅପରେସନ ବେଳେ  ସୁରକ୍ଷାକର୍ମୀଙ୍କୁ ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆହତମାନେ ହେଲେ   ଗଜେନ୍ଦ୍ର ସାହା ଓ ରାମସୁ ମାଜି ଗୁରୁତର  ହୋଇଛନ୍ତି ।  ଆହତମାନଙ୍କୁ  ପ୍ରଥମେ ନିକଟସ୍ଥ  ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା । ସ୍ଥାନୀୟ ପୁଲିସ୍ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍‌ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ। ଏହି ସମୟରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ। ତେବେ ସେମାନେ ବିପଦମୁକ୍ତ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking