21.1 C
Bhubaneswar
Saturday, February 7, 2026
Homeଓଡିଶାଆଇସିଏମ୍‌ଆର୍ ସହଯୋଗରେ ଆଇଡିଏସ୍ ପକ୍ଷରୁ ‘ଅନନ୍ତ ମୁସ୍କାନ’ ପ୍ରକଳ୍ପ ସମ୍ପର୍କିତ କର୍ମଶାଳା ଆୟୋଜିତ

ଆଇସିଏମ୍‌ଆର୍ ସହଯୋଗରେ ଆଇଡିଏସ୍ ପକ୍ଷରୁ ‘ଅନନ୍ତ ମୁସ୍କାନ’ ପ୍ରକଳ୍ପ ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର) ସହଭାଗିତାରେ ଭାରତରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ମୁଖ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ‘ଅନନ୍ତ ମୁସ୍କାନ’ ଗବେଷଣା ପ୍ରକଳ୍ପକୁ ନେଇ ଏଠାରେ ମଙ୍ଗଳବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଆଇସିଏମ୍‌ଆର୍ ପ୍ରସ୍ତୁତ ଏହି ପ୍ରକଳ୍ପରେ ଖୁବ୍ କମ୍ ବୟସରୁ ଶିଶୁମାନଙ୍କ କ୍ଷେତ୍ରରେ ମୁଖ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି କର୍ମଶାଳାରେ ବିଭିନ୍ନ ପ୍ରତିଷ୍ଠିତ ଏବଂ ସରକାରୀସ୍ତରୀୟ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ଓଡ଼ିଶାରେ ସ୍କୁଲ ପିଲାଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ‘ଅନନ୍ତ’ ଏବଂ ‘ମୁସ୍କାନ୍‌’ ମାସ୍କଟର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଏଲିମେଂଟାରୀ ଏଜୁକେସନ୍ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱନାଥ ତରାଇ, ଖୋର୍ଦ୍ଧାର ଚିଫ୍ ଡିଷ୍ଟ୍ରିକ୍ସ ମେଡିକାଲ୍ ଅଫିସର ଡକ୍ଟର ସଞ୍ଜୟ ଚନ୍ଦ୍ର ରାୟ, ଜନସ୍ୱାସ୍ଥ୍ୟ ବିଭାଗର ସହ-ନିର୍ଦ୍ଦେଶକ ଡକ୍ଟର ରଞ୍ଜନ ମିତ୍ର, ଜନସ୍ୱାସ୍ଥ୍ୟ (ଲେପ୍ରସି) ବିଭାଗର ସହ-ନିର୍ଦ୍ଦେଶକ ଡକ୍ଟର ଇନ୍ଦିରା ରଥ ଏବଂ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବିଏସ୍‌କେ)ର ମ୍ୟାନେଜର, କନ୍‌ସଲ୍‌ଟାଂଟ, ନନ୍‌-କମ୍ୟୁନିକେବୁଲ ଡିଜିଜେସ୍ ଏବଂ ଡିଷ୍ଟ୍ରିକ୍ଟ ଏପିଡେମିଓଲୋଜିଷ୍ଟ ଡକ୍ଟର ଗିରିଜା ଶଙ୍କର ଉପସ୍ଥିତ ଥିଲେ।

ଏଥି ସହିତ ଖୋର୍ଦ୍ଧା, ଜଟଣୀ ଏବଂ ବାଲିଅନ୍ତା ବ୍ଲକ୍‌ର ମେଡିକାଲ୍ ଅଫିସର, ଡେଂଟିଷ୍ଟ ଏବଂ ବ୍ଲକ ଏଜୁକେସନ୍ ଅଫିସରମାନେ ଉପସ୍ଥିତ ଥିଲେ। ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି ଏବଂ ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କର୍ମଶାଳାରେ ପ୍ରକଳ୍ପର ସଫଳ ଏକବର୍ଷ ପୂର୍ତୀ ସମ୍ପର୍କରେ ଉଲ୍ଲେଖ କରାଯିବା ସହ ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକଭିମୁଖୀ କରିବା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀ ତରାଇ ନିଜ ବକ୍ତବ୍ୟରେ ‘ଅନନ୍ତ ମୁସ୍କାନ’ କାର୍ଯ୍ୟକ୍ରମ ସମ୍ପର୍କରେ ସରକାରୀ ସ୍କୁଲ ମାନଙ୍କରେ ମାସିକ ଅଭିଭାବକ, ଶିକ୍ଷକ ମିଟିଙ୍ଗରେ ଅଭିଭାବକମାନଙ୍କୁ ଏହି ସ୍ୱାସ୍ଥ୍ୟ ସମ୍ପର୍କିତ ଅଭ୍ୟାସ ପିଲାମାନଙ୍କୁ ଘରେ କରାଇବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।
‘ଅନନ୍ତ ମୁସ୍କାନ୍‌’ ପ୍ରକଳ୍ପ ବର୍ତମାନ ଖୋର୍ଦ୍ଧା ଜିଲ୍ଲାର ୫ଟି ବ୍ଲକ୍‌ରେ ଆରମ୍ଭ କରାଯାଇଥିବା ବେଳେ ନିୟମିତ ଭାବେ ଏହାର ଯାଂଚ ଓ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking