31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହିଜବୁଲ୍ଲାର ୧୩୫ କ୍ଷେପଣାସ୍ତ୍ରର ଜବାବରେ ବେରୁଟ୍‌ର ୧୨୦ ଟାର୍ଗେଟ୍‌କୁ ଉଡାଇଦେଲା ଆଇଡିଏଫ୍‌

ହିଜବୁଲ୍ଲାର ୧୩୫ କ୍ଷେପଣାସ୍ତ୍ରର ଜବାବରେ ବେରୁଟ୍‌ର ୧୨୦ ଟାର୍ଗେଟ୍‌କୁ ଉଡାଇଦେଲା ଆଇଡିଏଫ୍‌

ଜେରୁଜେଲମ୍‌:  ଭୟଙ୍କର ଆକ୍ରମଣ କରିଛି ଇରାନ୍ ଓ ଲେବାନନ୍ ସମର୍ଥିତ ଅସ୍ତ୍ରବାହୀ ସଂଗଠନ ହିଜବୁଲ୍ଲା । ରିପୋର୍ଟ ଅନୁସାରେ ନିମିଷକ ମଧ୍ୟରେ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଭୂଭାଗରେ ପ୍ରାୟ ୧୩୫ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଏଥିରେ ଇସ୍ରାଏଲ୍‌ର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ହିଜବୁଲ୍ଲା କିନ୍ତୁ ଏହି ଆକ୍ରମଣକୁ ସଫଳ ବୋଲି ଦର୍ଶାଉଛି । ହିଜବୁଲ୍ଲା ଅତିକମ୍‌ରେ ୧୩୫ ‘ଫାଦୀ-୧’ କ୍ଷେପଣାସ୍ତ୍ର ଇସ୍ରାଏଲର ହାଇଫା ଅଞ୍ଚଳରେ ମାଡ଼ କରିଛି । ହାଇଫା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହୋଇଥିବା ବେଳେ ଏପ୍ରକାର ପ୍ରଚଣ୍ଡ ଆକ୍ରମଣରେ ସହରବାସୀ ଭୟଭୀତ ହୋଇ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲିଯାଇଛନ୍ତି । ସହରରେ ସାଇରନ୍ କ୍ରମାଗତ ଭାବେ ବାଜିବାରେ ଲାଗିଛି । ହିଜବୁଲ୍ଲାର ‘ଫାଦି-୧\’ ମିସାଇଲ୍‌କୁ ଘାତକ ବୋଲି କୁହାଯାଉଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ୮୦ କିମି ରହିଥିବା ବେଳେ ଏହାକୁ ମୋବାଇଲ ପ୍ଲାଟଫର୍ମରୁ ମଧ୍ୟ ଲଞ୍ଚ୍ କରାଯାଇପାରିବ । ଏହି ମିସାଇଲ୍ ଯେକୌଣସି ଟାର୍ଗେଟକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସମର୍ଥ । ଇସ୍ରାଏଲ ପୁଲିସ ମଧ୍ୟ ହାଇଫା ଉପରେ ରକେଟ ଆକ୍ରମଣକୁ ସ୍ୱୀକାର କରିଛି । ଅକ୍ଟୋବର ୭, ୨୦୨୩ ରେ ଇସ୍ରାଏଲ ସେନା ହମାସ ଦ୍ୱାରା କରାଯାଇଥିବା ନରସଂହାରର ପ୍ରଥମ ବାର୍ଷିକୀ ପାଳନ କରୁଛି । ଏହି ସମୟ ମଧ୍ୟରେ ହିଜବୁଲ୍ଲାର ଦ୍ରୁତ ଆକ୍ରମଣ ଯୋଗୁଁ ଇସ୍ରାଏଲ ସହର ଥରି ଉଠିଛି ।
ପ୍ରକାଶ, ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଏହା ଦ୍ୱିତୀୟ ସର୍ବବୃହତ୍ ଆକ୍ରମଣ । ଏହାପୂର୍ବରୁ ଇରାନ୍ ସେନା ପକ୍ଷରୁ ଇସ୍ରାଏଲ୍ ଉପରେ ପ୍ରାୟ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ ପୂର୍ବକ ଏପ୍ରକାର ଭୟଙ୍କର ଆକ୍ରମଣ କରାଯାଇଥିଲା । ଅନ୍ୟପକ୍ଷେ ଏହାର ଜବାବରେ ଇସ୍ରାଲ ସେନାବାହିନୀ (ଆଇଡିଏଫ୍‌) ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ବେରୁଟ ପ୍ରାନ୍ତରେ ଭୟଙ୍କର ଏୟାରଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି । ହିଜବୁଲ୍ଲାର ପ୍ରାୟ ୧୨୦ଟି ଠିକଣାକୁ ଟାର୍ଗେଟ୍ କରିବା ପୂର୍ବକ ଇସ୍ରାଏଲ୍ ବାୟୁସେନା ଏସବୁକୁ ଉଡାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ଇସ୍ରାଏଲ୍ ଏବେ ନିଜ ଆକ୍ରମଣ ପରିସରକୁ ଲେବାନନ୍‌ର ଅନ୍ୟପ୍ରାନ୍ତକୁ ମଧ୍ୟ ସମ୍ପ୍ରସାରିତ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଗୋଟିଏ ପଟେ ଯେଉଁଠି ପାଲେଷ୍ଟାଇନ୍ ସ୍ଥିତ ହମାସ ଉଗ୍ରବାଦୀ ସଂଗଠନ ହମାସ୍‌, ଲେବାନନ୍‌ର ହିଜବୁଲ୍ଲା ସଂଗଠନ ଏବେ ଇରାନ୍ ସହ ମିଳିତ ଭାବେ ଇ୍ରସାଏଲ୍ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପକ୍ଷେ ଇସ୍ରାଏଲ୍‌ର ଗୁଇନ୍ଦା ବିଭାଗ ମୁସାଦ୍‌’ ଏବଂ ଇସ୍ରାଏଲ ସେନାବାହିନୀ (ଆଇଡିଏଫ୍‌) ଏହି ୩ ଶକ୍ତି ବିରୋଧରେ ଲଢ଼େଇ ଲଢ଼ିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ରିପୋର୍ଟ ଅନୁସାରେ ଇସ୍ରାଏଲ୍ ଏବେ ସ୍ଥଳଯୁଦ୍ଧ ପରିପ୍ରେକ୍ଷୀରେ ଲେବାନନ୍ ସୀମାରେ ନିଜ ସୈନ୍ୟବଳ ବୃଦ୍ଧି କରିବାରେ ଲାଗିଛି । ସେହିପରି ଇସ୍ରାଏଲ୍‌ର ଏକ ବଡ ଟିମ୍ ଏବେ ଲେବାନନ୍ ସୀମାରେ ଲଢ଼େଇ ଜାରି ରଖିଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଇରାନ୍ ଏବେ ନିଜ ଆଣବିକ ଶକ୍ତି ପରୀକ୍ଷଣ କରୁଥିବା ଜଣାପଡିଛି । ନ୍ୟୁୟର୍କ ଟାଇମ୍ସ ଏନେଇ ଏକ ରିପୋର୍ଟ ପ୍ରକାଶ କରିବା ପରେ ଇ୍ରସାଏଲ୍ ଏଥିପାଇଁ ପ୍ରସ୍ତୁତ ହେଉଛି । ତେବେ ଇସ୍ରାଏଲ୍ ବର୍ତ୍ତମାନ ପରିସ୍ଥିତିରେ ଇରାନ୍‌ର ଅନ୍ୟ ସବୁକ୍ଷେତ୍ରକୁ ଟାର୍ଗେଟ୍ କରିଥିବା ବେଳେ ଆମେରିକା ପରାମର୍ଶ ଅନୁସାରେ କେବଳ ଇରାନ୍‌ର ଆଣବିକ ସ୍ଥଳୀଗୁଡ଼ିକୁ ହୁଏତ ଟାର୍ଗେଟ୍ କରିନପାରେ । ଏନେଇ ଇସ୍ରାଏଲ୍ ସେନା ମଧ୍ୟ ଏକ ବିବୃତି ଦେଇଛି । ଇରାନ୍‌ର ଆଣବିକ ପରୀକ୍ଷଣ ସମ୍ପର୍କରେ ସୂଚନା ମିଳିଛି । କିନ୍ତୁ ଯେପର୍ଯ୍ୟନ୍ତ ଇରାନ୍ ଆଣବିକ ଅସ୍ତ୍ରର ପ୍ରୟୋଗ ନକରିଛି ସେପର୍ଯ୍ୟନ୍ତ ଇସ୍ରାଏଲ୍ ମଧ୍ୟ ଏହି ଅସ୍ତ୍ରର ପ୍ରୟୋଗ କରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking