ନୂଆଦିଲ୍ଲୀ: ପହଲାଗାମ ହମଲାକୁ ନେଇ ଗୃହ ମନ୍ତ୍ରାଳୟ ବଡ ପଦକ୍ଷେପ ନେଇଛନ୍ତି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହ । ପାକ ନାଗରିକଙ୍କ ଭିସା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାଜ୍ୟରେ ରହୁଥିବା ପାକ ନାଗରିକଙ୍କୁ ତଡି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି କହିଛନ୍ତି , ପାକ ନାଗରିକଙ୍କୁ ଚିହ୍ନଟ କରି ନିଜ ରାଜ୍ୟରୁ ବାହାର କର ।