27.1 C
Bhubaneswar
Friday, June 28, 2024
Homeଓଡିଶାଇଡକୋକୁ ଶିଳ୍ପମନ୍ତ୍ରୀଙ୍କ ରିପୋର୍ଟ ତଲବ

ଇଡକୋକୁ ଶିଳ୍ପମନ୍ତ୍ରୀଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର : ଇଡକୋକୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ରିପୋର୍ଟ ତଲବ । ରାଜ୍ୟରେ ଶିଳ୍ପକ୍ଷେତ୍ରରେ ଷ୍ଟାଟସ ମାଗିଲେ ଶିଳ୍ପମନ୍ତ୍ରୀ । କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି ରିପୋର୍ଟ ମାଗିଲେ । କେତେ ଶିଳ୍ପ ପ୍ରତିଷ୍ଠା ହୋଇଛି, କେତେ ବନ୍ଦ ହୋଇଛି । ଇଡକୋରୁ ସେସବୁ ରିପୋର୍ଟ ଆସିବା ପରେ ତାହାର ଅନୁଧ୍ୟାନ କରି ଆଗାମୀ କାର୍ଯ୍ୟପନ୍ଥା ନିଆଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ । ଏହାସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ନୂଆ ସରକାର ଲୋକଙ୍କ ସରକାର । ରାଜ୍ୟରେ ଅନେକ ଶିଳ୍ପର ସମ୍ଭାବନା ରହିଛି । ଏଠାରେ ଫାର୍ମା ପାର୍କ ନାହିଁ, ଅଟୋମୋବାଇଲ ଶିଳ୍ପ ନାହିଁ । ସୌରଶକ୍ତି ନେଇ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆଗକୁ ରାଜ୍ୟରେ ଏସବୁ ଶିଳ୍ପର ବିକାଶ ପାଇଁ କାମ କରିବେ ନୂଆ ସରକାର । ରାଜ୍ୟରେ କିଭଳି ଅଧିକ ପୁଞ୍ଜିନିବେଶ ଆସିବ, ବିଭିନ୍ନ ଶିଳ୍ପ ଆସିବ, ସେଥିପାଇଁ ପ୍ରୟାସ କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking