24.1 C
Bhubaneswar
Monday, March 23, 2026
Homeଓଡିଶାଇଡ୍‌କୋର ଜୁନିୟର ମ୍ୟାନେଜର ଗିରଫ

ଇଡ୍‌କୋର ଜୁନିୟର ମ୍ୟାନେଜର ଗିରଫ

ଭୁବନେଶ୍ୱର: ଇଡ୍‌କୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ୫ କୋଟି ୩୦ ଲକ୍ଷ ୭୨ ହଜାର ୭୧୭ ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି, ଯାହା ତାଙ୍କ ଆୟଠାରୁ ୭୩୬ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବିଜୟ କୁମାର ଉଦୟସିଂହଙ୍କ ସମ୍ପତ୍ତି ମଧ୍ୟରେ ରହିଛି ରାଜଧାନୀ ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାର ସ୍ଥିତ ୩ କୋଟି ୨୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ୪ ମହଲା କୋଠା। ତାଙ୍କର ଏହି ଘରେ ଅତ୍ୟାଧୁନିକ ରିମୋଟ୍ କଣ୍ଟ୍ରୋଲ୍ ଗେଟ୍‌, ପାସୱାର୍ଡ ପ୍ରୋଟେକ୍ଟେଡ୍ ଡୋର୍ ଓ ଲକ,ର୍ ଇମ୍ପୋର୍ଟେଡ୍ ଆସବାବପତ୍ର ରହିଛି। ପୁରୀରେ ତାଙ୍କର ଗୋଟିଏ ଫ୍ଲାଟ ଥିବା ବେଳେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅଛି ୩ଟି ପ୍ଲଟ୍‌। ବ୍ୟାଙ୍କ ଓ ବୀମା ବାବଦକୁ ସେ ୫୫ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ତାଙ୍କ ଘରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ପାଇଥିଲା ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ଘରୁ ମିଳିଥିବା ସୁନା ଗହଣା ଓ ଘରକରଣା ଜିନିଷର ମୂଲ୍ୟ ୨୯ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking