22.1 C
Bhubaneswar
Friday, January 16, 2026
Homeଖେଳଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌; ହାର୍ଦ୍ଦିକ ନଂ.୩ ଅଲ୍‌ରାଉଣ୍ଡର୍

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌; ହାର୍ଦ୍ଦିକ ନଂ.୩ ଅଲ୍‌ରାଉଣ୍ଡର୍

ଦୁବାଇ: ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡବଲ୍ ଫାଇଦା ହୋଇଛି। ବୁଧବାର ଜାରୀ ସଦ୍ୟ ର‌୍ୟାଙ୍କିଙ୍ଗ୍‌ରେ ସେ ବ୍ୟାଟିଂରେ ୭ ଏବଂ ଅଲ୍‌ରାଉଣ୍ଡର ର‌୍ୟାଙ୍କିଙ୍ଗ୍‌ରେ ୪ ସ୍ଥାନର ଲମ୍ଫ ପ୍ରଦାନ କରିଛନ୍ତି। ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୩ଟି ୱିକେଟ୍ ନେଇଥିବା ଭାରତୀୟ ଫାଷ୍ଟ ବୋଲର୍ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଫାଇଦା ହୋଇଛି। ଭାରତୀୟ ଟିମ୍ ପୂର୍ବପରି ଶୀର୍ଷସ୍ଥାନ ବଜାୟ ରଖିଛି। ଟି-୨୦ ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ସ୍ଥାନର ଲମ୍ଫ ପ୍ରଦାନ କରି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୨୧୬ ହୋଇଛି।

ଇଂଲଣ୍ଡର ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଶୀର୍ଷ ସ୍ଥାନରେ ଥିବାବେଳେ ନେପାଳର ଦୀପେନ୍ଦ୍ର ସିଂହ ଐରୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ହାର୍ଦ୍ଦିକଙ୍କ ପଛରେ ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ମାର୍କସ୍ ଷ୍ଟୋଇନିସ୍ ଅଛନ୍ତି। ଭାରତୀୟ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ ସଦ୍ୟତମ ଟି-୨୦ ବ୍ୟାଟିଂ ର‌୍ୟାଙ୍କିରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ର‌୍ୟାଙ୍କିଙ୍ଗ୍ ଟପ୍‌-୧୦ରେ ତିନିଜଣ ଭାରତୀୟ ଥିବାବେଳେ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟର୍ ଟ୍ରାଭିସ୍ ହେଡ୍ ପ୍ରଥମ ସ୍ଥାନରେ କାଏମ ଅଛନ୍ତି। ଗ୍ୱାଲିୟର୍‌ରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ମୋଟ ତିନିଟି ୱିକେଟ୍ ନେଇଥିବା ଅର୍ଶଦୀପ ସିଂହ ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ୮ ସ୍ଥାନର ଫାଇଦା ସହ ଏନ୍‌ରିକ୍ ନୋର୍ଜେଙ୍କ ସହ ଯୁଗ୍ମ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking