28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶସତର୍କ କଲେ ଆଇଏଇଏ ମୁଖ୍ୟ: ଇସ୍ରାଏଲ ଆକ୍ରମଣ କଲେ ଇରାନ୍ ବି କରିବ ଆଣବିକ ଆକ୍ରମଣ

ସତର୍କ କଲେ ଆଇଏଇଏ ମୁଖ୍ୟ: ଇସ୍ରାଏଲ ଆକ୍ରମଣ କଲେ ଇରାନ୍ ବି କରିବ ଆଣବିକ ଆକ୍ରମଣ

ଜେରୁଜେଲମ: ଜାତିସଂଘର ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ମୁଖ୍ୟ ରାଫେଲ ଗ୍ରାସି ଇରାନ ବିଷୟରେ ଏକ ବଡ଼ ଦାବି କରିଛନ୍ତି । ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ମୁଖ୍ୟ ରାଫେଲ ଗ୍ରାସି ଇରାନର ପରମାଣୁ କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି ଯେ, ଏହା ବହୁତ ସୁରକ୍ଷିତ ଏବଂ ଭୂମିର ବହୁତ ଗଭୀରରେ ଅବସ୍ଥିତ । ଏହାକୁ ଧ୍ୱଂସ କରିବା ପାଇଁ ଏକ ବହୁତ ଶକ୍ତିଶାଳୀ ଆକ୍ରମଣ ଆବଶ୍ୟକ ହେବ । ଏହା ସହିତ ସେ ଇରାନର ଯୋଜନା ମଧ୍ୟ ପ୍ରକାଶ କରିଛନ୍ତି । ଗ୍ରାସିଙ୍କ କହିବାନୁସାରେ ଇରାନ୍ ତାଙ୍କୁ ସ୍ପଷ୍ଟ ଭାବେ କହିଛି ଯେ, ଇସ୍ରାଏଲ ସେମାନଙ୍କ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରେ, ତେବେ ତେହେରାନର ପରମାଣୁ ବୋମା ତିଆରି କରିବାର ଉଦ୍ଦେଶ୍ୟ ଅଧିକ ସୁଦୃଢ଼ ହୋଇପାରେ । ଏହାର ଅର୍ଥ ଇରାନ୍ ଇସ୍ରାଏଲ୍ ଉପରେ ଆଣବିକ ଆକ୍ରମଣ କରିବାକୁ ଅଧିକ ଚିନ୍ତା କରିବ ନାହିଁ । ଇସ୍ରାଏଲୀ ଖବରକାଗଜ ଜେରୁଜେଲମ ପୋଷ୍ଟ ଗ୍ରାସିଙ୍କ ସାକ୍ଷାତକାର ପ୍ରକାଶ କରିଛି । ଯେଉଁଥିରେ ପରମାଣୁ ପର୍ଯ୍ୟବେକ୍ଷଣ ସଂସ୍ଥାର ମୁଖ୍ୟ ଗ୍ରାସି ଗହିଛନ୍ତି ଯେ, ଏହି ଆକ୍ରମଣ ସମ୍ଭାବ୍ୟ ଭାବରେ ଏକୀକୃତ ପ୍ରଭାବ ପକାଇପାରେ ଏବଂ ପରମାଣୁ ଅସ୍ତ୍ର ତିଆରି କରିବାର ଇରାନର ସଂକଳ୍ପକୁ ମଜବୁତ କରିପାରେ । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଏକ ବହୁତ ବଡ଼ ଏବଂ ବିନାଶକାରୀ ଆକ୍ରମଣ ଆବଶ୍ୟକ ହେବ ।

ଗ୍ରାସିଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇରାନ ପରମାଣୁ ଆଲୋଚନା କରୁଛନ୍ତି, ଯାହା ଓମାନ ଦ୍ୱାରା ମଧ୍ୟସ୍ଥତା କରାଯାଉଛି । ଏହି କାରଣରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଚାହୁଁନାହିଁ ଯେ, ଇସ୍ରାଲରର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏପରି ସମୟରେ ଇରାନ ଉପରେ ଆକ୍ରମଣ କରନ୍ତୁ । ପ୍ରକାଶ, ଗତ ସପ୍ତାହରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ସେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଏପରି କୌଣସି ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଥିଲେ ଯାହା ଇରାନ ସହିତ ପରମାଣୁ ଆଲୋଚନାକୁ ବାଧା ଦେଇପାରେ । ଅନ୍ୟପକ୍ଷେ ଟ୍ରମ୍ପ୍ ଓଭାଲ ଅଫିସରେ କହିଥିଲେ ଯେ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କହିଥିଲି ଯେ, ଏବେ ଏହା କରିବା ଠିକ୍ ହେବ ନାହିଁ, କାରଣ ଏବେ ସମାଧାନର ବହୁତ ନିକଟତର । ଏହା ଯେକୌଣସି ସମୟରେ ପରିବର୍ତ୍ତନ ହୋଇପାରେ । ଏହି ସମୟରେ, ଅନେକ ବିଶ୍ଳେଷକ ଦାବି କରିଛନ୍ତି ଯେ, ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି ଏବଂ ଅସ୍ତ୍ର ସ୍ତରୀୟ ୟୁରାନିୟମ ଗଚ୍ଛିତକୁ ବୃଦ୍ଧି କରୁଛି । ଅନେକ ବିଶ୍ଳେଷକ କହିଛନ୍ତି, ଇରାନ କିଛି ସପ୍ତାହ ମଧ୍ୟରେ ପରମାଣୁ ବୋମା ତିଆରି କରିବାର କ୍ଷମତା ହାସଲ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking