21.1 C
Bhubaneswar
Thursday, February 5, 2026
Homeଓଡିଶା‘ଶୃଙ୍ଖଳା ଭଙ୍ଗ କରିଥିଲେ ମୁଁ ନିଜର ସମୀକ୍ଷା କରିବି’

‘ଶୃଙ୍ଖଳା ଭଙ୍ଗ କରିଥିଲେ ମୁଁ ନିଜର ସମୀକ୍ଷା କରିବି’

ଭୁବନେଶ୍ୱର: କଂଗ୍ରେସରେ ବିଭୀଷଣ ମନ୍ତବ୍ୟକୁ ନେଇ ବିବାଦ ତେଜିବା ପରେ ସଫେଇ ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ଯେ ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ। ମୁଁ ଯାହା କୁହେ ଖୋଲା ଖୋଲି କୁହେ ଲୁଚିକି କୁହେ ନାହିଁ। ସବୁ କଂଗ୍ରେସ ନେତାଙ୍କୁ ଅପିଲ୍ ବାଦ ବିବାଦରୁ ବାହାରି କଂଗ୍ରେସ ଦଳକୁ ଏକାଠି କରିବାର ସମୟ ଆସିଛି । ଯଦି ମୁଁ ଶୃଙ୍ଖଳା ଭଙ୍ଗ କରିଛି ବୋଲି କିଛି ନେତା କହୁଛନ୍ତି ତାହେଲେ ମୁଁ ନିଜର ସମୀକ୍ଷା କରିବି। ଯଦି କାହାର ଅସୁବିଧା ଅଛି ମୋ ସହ ଆସି ସିଧା ଆଲୋଚନା କରନ୍ତୁ। ହେଲେ ପିସିସି ସଭାପତି କାହା ଗୁଲାମ ହୋଇ, କାହା ପକେଟରେ ରହି ପାରିବିନି। ଏପରିକି କାହା ଇଙ୍ଗିତରେ କାମ କରିପାରିବେନି ବୋଲି ଶ୍ରୀ ଦାସ କହିଛନ୍ତି। ସୂଚନାଯୋଗ୍ୟ ଯେ, ପିସିସି ସଭାପତି ଭକ୍ତ ଦାସଙ୍କୁ ମହଙ୍ଗା ପଡ଼ିଛି ‘ବିଭୀଷଣ’ ପ୍ରସଙ୍ଗ। ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ ଭକ୍ତ ବିଭୀଷଣ କଥା କହିବା ପରେ ପ୍ରଥମେ ବରିଷ୍ଠ ଆଉ ଏବେ ଯୁବ ନେତା ବିଷ ଉଗାରିଛନ୍ତି। କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ବୋଲି ପ୍ରଶ୍ନ କରିଛନ୍ତି। ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ କିଛି ବରିଷ୍ଠ ନେତା ମୁହଁ ଖୋଲିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking